ସତରେ କ’ଣ ଜିଲ୍ଲା ପୋଲିସ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି
ସାକ୍ଷୀଗୋପାଳ-- ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ନା ଲୋକ ଦେଖାଣିଆ ଖୋଜା ଚାଲିଛି । ଜିଲ୍ଲା ପୋଲିସ ଓମ ପ୍ରକାଶ ମିଶ୍ରଙ୍କ ନାମରେ ଲୁକ୍ ଆଉଟ ନୋଟିସ ଜାରି କରିଛି । ଓମ ପ୍ରକାଶ ମିଶ୍ରଙ୍କ ନାମରେ ମତଦାନ କେନ୍ଦ୍ର ମଧ୍ୟରେ ପଶି ଇଭିଏମ ଭାଙ୍ଗିବା ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି । ତାଙ୍କର ଦୁଇଜଣ ସହଯୋଗୀଙ୍କ ସହିତ ଏହି କାରନାମା କରିଥିବା ଅଭିଯୋଗ ନିଜେ ପ୍ରିଜାଇଡିଂ ଅଫିସର କଣାସ ବ୍ଳକର ଗଡିଶାଗଦା ଥାନାରେ ହୋଇଛି । ପୋଲିସ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିବା ସହ ଏକ ପିସ୍ତଲ ଓ ୬ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି । ପୁରୀ ଏସପିଙ୍କ ବୟାନ ଜଣଙ୍କୁ ଧରିବା ପାଇଁ ତିନି ତିନଟି ଟିମ କରାଯାଇଛି । ସେମାନେ ଭୁବନେଶ୍ୱର ସହିତ ବିଭିନ୍ନ ଅଞ୍ଚଳରେ ଶ୍ରୀ ମିଶ୍ରଙ୍କୁ ଖୋଜୁଛନ୍ତି । ଶ୍ରୀ ମିଶ୍ର କ’ଣ ରାଜ୍ୟ ଛାଡି ପଳାଇଲେ ଯେ ତାଙ୍କୁ ପୋଲିସ ପାଉନାହିଁ ବୋଲି ସତ୍ୟବାଦୀରେ ଏବେ ଆଲେଚନାର ବିସୟ ହୋଇଛି । ଅନ୍ୟ ପକ୍ଷେ ପୋଲିସର କାର୍ଯ୍ୟକଳାପକୁ ନେଇ ବିଜେଡି ମହଲରେ ସନ୍ଦେହ ଜାତ ହୋଇଛି । ସେ ଯାହା କିଛି ହେଉନା କାହିଁକି ପୋଲିସ ଶ୍ରୀ ମିଶ୍ରଙ୍କୁ ଧରୁଛି ନା ସେ ପୋଲିସକୁ ଚକମା ଦେଖାଇ ଉଚ୍ଚ ନ୍ୟାୟଳୟରୁ ବେଲ ହୋଇ ଆସୁଛନ୍ତି ତାହା ଦେଖିବା ପାଇଁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଜଣସାଧାରଣ ଅପେକ୍ଷା କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି