ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର --- ପିପିଲି -ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ରଖିଥବା ସର୍ତ୍ତ ମଧ୍ୟରେ ରହିଛି ସାକ୍ଷୀ ମାନଙ୍କୁ ଭୟଭୀତ କରିବେ ନାହିଁ ବା ପ୍ରଭାବିତ କରିବେ ନାହିଁ, ପୋଲିସକୁ ତଦନ୍ତ ସମୟରେ ସମ୍ପର୍ଣ୍ଣ ସହଯୋଗ କରିବେ ଏହା ସହିତ ୫୦ ହଜାର ଟଙ୍କା ଓ ଦୁଇଜଣ ଜାମିନ ଦାର ରହିଛନ୍ତି । ଗତ ୨୧ ତାରିଖ ବିଳମ୍ବିତ ରାତିରେ ପିପିଲିର ଫାଇଙ୍ଗି ସ୍କାର୍ଡ ଉପରେ ଆକ୍ରମଣ ଘଟଣାରେ ତାଙ୍କ ନାମରେ ପିପିଲି ଥାନାରେ ଅଭିଯୋଗ ହେବା ପରେ ଗିରଫ କରାଯାଇଥିଲା ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି