ନୀଳାଚଳ କୃଷକ ମହାସଂଘ ସତ୍ୟବାଦୀରେ ମୁଗ ଓ ବିରି ମଣ୍ଡି ଖୋଲିବା ପାଇଁ ଦାବିକଲା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ମୁଗ ଓ ବିରି ସରକାରୀ ସ୍ତରରେ ମଣ୍ଡି ଖୋଲିବା ପାଇଁ ପୁରୀ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଦାବି ହୋଇଛି । ବିଗତ ବର୍ଷ ପିପିଲି ବ୍ଳକର ତେଇଶିପୁର ସମବାୟ ସମିତିଠାରେ ସରକାରୀ ସ୍ତରରେ ମୁଗ ଓ ବିରି ମଣ୍ଡି ଖୋଲିଥିଲା । ସେଠାରେ ସତ୍ୟବାଦୀ ଅଞ୍ଚଳର କିଛି ଚାଷୀ ମୁଗ ଓ ବିରି ମଣ୍ଡିରେ ବିକ୍ରୟ କରିଥିଲେ । ମାତ୍ର ଚାଷୀ ମାନେ ସେମାନଙ୍କ ଅର୍ଥ ପାଇବାକୁ ପ୍ରାୟ ଛଅମାସ ଲାଗିଯାଇଥିଲା ବୋଲି ଚାଷୀ ମାନେ କହନ୍ତି । ଏହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସତ୍ୟବାଦୀ ବ୍ଳକରେ ପ୍ରାୟ ୮ ହଜାର ହେକ୍ଟର ବିଲରେ ମୁଗ ଓ ବିରି ଚାଷ କରାଯାଇଛି । ବର୍ତ୍ତମାନ ଚାଷୀ ମାନେ ମୁଗ ଓ ବିରି ଅମଳ କରିବା ଆରମ୍ଭ କରି ଦେଇଛନ୍ତି । ଅନ୍ୟ ପକ୍ଷେ ରବି ମଣ୍ଡି ବା ମୂୁଗ, ବିରି ମଣ୍ଡି ନ ଖୋଲିଥିବାରୁ ଦଳାଲ ମାନେ ଚାଷୀଙ୍କ ଠାରୁ କିଲୋ ପ୍ରତି ୨୦ଟଙ୍କାରୁ ୨୫ ଟଙ୍କାରେ କିଣୁଛନ୍ତି । ମଣ୍ଡି ନ ଖୋଲିଥିବାରୁ ଚାଷୀ ମାନେ ବାଧ୍ୟ ହୋଇ ବେପାରି ମାନଙ୍କୁ ଶସ୍ତାରେ ବିକୁଛନ୍ତି ବୋଲି । ଯାହାକି ଚାଷୀ ମାନଙ୍କୁ ଦଲାଲ ମାନେ ଶୋଷଣ କରି ଚାଲୁଛନ୍ତି । ଏ ସମ୍ପର୍କରେ ବିଭଗାୀୟ ଅଧିକାରୀ ମାନେ ଅବଗତ ଥିଲେ ମଧ୍ୟ ଉଦାସୀନତା ରହୁଥିବା ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ର କହନ୍ତି । ଏ ବର୍ଷ ତୁରନ୍ତ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର ମଧ୍ୟରେ ମଣ୍ଡି ଖୋଲିବା ପାଇଁ ଚାଷୀ ଲୋକନାଥ ପରିଡା, ଅରୁଣ କୁମାର ନାୟକ, ଅମୂଲ୍ୟ ଜେନା ଓ ନୀଳାଚଳ କୃଷକ ମହାସଂଘ ର ସଭାପତି ଶ୍ରୀ ମିଶ୍ରଙ୍କପକ୍ଷରୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ନଚେତ୍ ଆଗାମି ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି