Breaking News

ବଳପୁର ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ୫୫ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଜେନାଙ୍କ ଠାରୁ ପ୍ରକାଶ  । ଏଥିଯୋଗୁ ବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲ । ଏଥିରେ ଛାତ୍ର ଛାତ୍ରୀ ମାନେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ଧୂପଦୀପ ଦେଇ  କାରା କବିତା ଆବୃତି କରିଥିଲେ  ।   ନୂତନ କରି ବିଦ୍ୟାଳୟକୁ ଆସିଥିବା ଛୋଟ ଭାଇ ଭଉଣୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ  । ଏହି କାର୍ଯ୍ୟକ୍ରମକୁ  ଅମୁଲ୍ୟ କୁମାର କର ସଂଯୋଜନା କରିଥିଲେ  । କ୍ରୀଡା ଶିକ୍ଷକ ଫକୀର ଚରଣ ବରାଳ ଶିକ୍ଷକ ଶିକ୍ଷୟତ୍ରୀ ମୁକ୍ତାଲତା ସାହୁ, ଗୀତା ହୋତା, ବିଜୟ ଲକ୍ଷ୍ମୀ ପରିଡା, ବାଗ୍ମୀନି ମିଶ୍ର, ଭବାନୀ ମିଶ୍ର, ସୁନିତା ଘଟୁଆରୀ,ବିନୋଦ କୁମାର ରାଉତରାୟ, ସରୋଜିନୀ ମହାପାତ୍ର, କ୍ଷେତ୍ରମଣି ବରାଳ ଓ ମାଧବ ଚନ୍ଦ୍ର ସାହୁ. ନାରାୟଣ ପୁଷ୍ଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts