Breaking News

ବେଣାକେରାରେ ଆଦର୍ଶ ମତଦାନ କେନ୍ଦ୍ର

ସାକ୍ଷୀଗୋପାଳ--- ସତ୍ୟବାଦୀ ନିର୍ବାଚନର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମରେ ଥିବା ବେଣାକେରା ପ୍ରାଥମିକ  ବିଦ୍ୟାଳୟରେ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଏହି ବର୍ଷ ପ୍ରଥମ କରି ଆଦର୍ଶ ମତଦାନ କରାଯାଇଛି ।  ଏହି ମତଦାନ କେନ୍ଦ୍ର ସଂଖ୍ୟାନଂ- ୧୬୭ ରହିଥିବା ବେଳେ ଏଠାରେ ୭ଶହ ଜଣ ପୁରୁଷ ମହିଳା ଭୋଟର ରହିଛନ୍ତି । ଏଥିପାଇଁ ମତଦାନ କେନ୍ଦ୍ର ଆଗରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ତୋରଣ କରାଯାଇଛି । ମତଦାନ କେନ୍ଦ୍ର ମଧ୍ୟରେ ଫିଲଟର ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା କର୍ମୀ ତାଙ୍କର ସ୍ୱାସ୍ଥ୍ୟ କିଟବ୍ୟାଗ ଧରି ରହିଛନ୍ତି । ଭୋଟର ମାନଙ୍କୁ ସହଯୋଗ କରିବା ପାଇଁ ଅଙ୍ଗନୱାଡିକର୍ମୀ ରହିଛନ୍ତି । ସେଠାରେ  ଅପେକ୍ଷା କରିଥିବା ଭୋଟର ମାନେ ଠିଆ ନ ହୋଇ ଚେୟାରରେ ବସିବାର ବନ୍ଦୋବସ୍ଥ କରାଯାଇଛି  । ଏପରିକି ନିର୍ବାଚନ କମିଶନଙ୍କର  ନିର୍ଦ୍ଧେଶ ଅନୁଯାୟୀ ଆଦର୍ଶ ମତଦାନ କେନ୍ଦ୍ର ଗୁଡିକରେ ଭୋଟର ମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା ଜଣାପଡିଛି । ଏପରିକି ସେଠାରେ ମତଦାନ ଦେବାକୁ ଭୋଟରଙ୍କ ମାନଙ୍କ ମଧ୍ୟରେ ଉତ୍ସାହ ବଡିଥିବାର ଜଣାପଡିଛି । ସେହିପରି ଯୁବକ, ଯୁବତୀ ମାନେ ମତଦାନ କେନ୍ଦ୍ର ଆଗରେ କରାଯାଇଥିବା ତୋରଣ ପାଖରେ ନିଜ ନିଜ ସାଙ୍ଗ ଓଏକୁଟିଆ ଠିଆ ହୋଇ ସେଲଫି ନେବାକୁ ଭିଡ ଲାଗିଥିବାର ଦେଖାଯାଇଥିଲା  । ସେହିପରି ସତ୍ୟବାଦୀ ବ୍ଳକରେ ୧୧ ଟି ଆଦର୍ଶ ମତଦାନ କନ୍ଦ୍ରେ କରାଯାଇଥିବା  ସତ୍ୟବାଦୀ ବ୍ଳକ ବିଡିଓ ତଥା ବ୍ଳକ ନିର୍ବାଚନ ଅଧିକାରୀ ଶିବାନନ୍ଦ ସ୍ୱାଇଁଙ୍କ ଠାରୁ ପ୍ରକାଶ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts