ବାଲିଗୁଡାରେ ଅଂଶୁଘାତରେ ଯୁବକଙ୍କର ମୃତ୍ୟୁ
କନ୍ଧମାଳ--- ବାଲିଗୁଡା ଆହାର କେନ୍ଦ୍ର ଠାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ବାଲିଗୁଡାରେ ସକାଳ ୧୦ ଟା ବାଜିଗଲେ ଘରୁ ବାହାରିବା ବହୁ କଷ୍ଟକର ହୋଇପଡୁଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଏଣୁ ଲୋକମାନେ ସନ୍ଦେହ କରୁଛନ୍ତି ଯେ ବୁଧବାର ଅସହ୍ୟ ଖରା ତାତି ଓ ଗୁଳୁଗୁଳି ଯୋଗୁ ଯୁବକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ମୃତ ଯୁବକଙ୍କ ଘର ଦାରିଙ୍ଗିବାଡି ବ୍ଳକର ବୁଡାଗୁଡା ପଞ୍ଚାୟତର ସିମେଲକିଆ ଗ୍ରାମର । ତାଙ୍କ ନାମ ତନ୍ଦା ମିଲ୍ଳିକ (୩୫) ହେବ ବୋଲି ଜଣାପଡିଛି । ଯୁବକ ଜଣଙ୍କ ପ୍ରବଳ ଖରାରେ ବାଲିଗୁଡା ଆହର କେନ୍ଦ୍ର ଠାରେ ବସିଥିଲେ । ସ୍ଥାନୀୟ ଲୋକମାନେ ଭାବିଥିଲେ ଯେ ଖରା ଯୋଗୁ ଯୁବକ ଜଣଙ୍କ ଏଠାରେ ବିଶ୍ରାମ ନେଇଛି । ମାତ୍ର ସନ୍ଧ୍ୟା ସମୟରେ ଯୁବକ ସେଠାରେ ସେହିପରି ପଡି ରହିଥିବାର ଲୋକମାନେ ଦେଖିଲା ବେଳକୁ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ବାଲିଗୁଡା ଥାନା ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ମୁଖ୍ୟ ଚିକିସ୍ଥାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା