Breaking News

ସତ୍ୟବାଦୀ ବ୍ଳକରେ ଆଦର୍ଶ ମତଦାନ କେନ୍ଦ୍ରରେ ଓଡିଆ ପରିବର୍ତ୍ତେ ଇଂରାଜୀ

ସାକ୍ଷୀଗୋପାଳ-- ସତ୍ୟବାଦୀ   ନିର୍ବାଚନ ମଣ୍ଡଳୀର ବଳପୁର ଗ୍ରାମ ପଞ୍ଚାୟତର ବଳପୁର ନେଡାଲ ହାଇସ୍କୁଲରେ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି ।  ବୁଥନଂ ୨୨୪ ରହିଛି । ପ୍ରଥମ କରି  ଏ ବର୍ଷ ଆଦର୍ଶ ମତଦାନ କରାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ଉକ୍ତ ମତଦାନ କେନ୍ଦ୍ରରେ  ଶତକଡା ଶହେଭାଗ ମତଦାନ ହେବ ବୋଲି ଆଶା କରାଯାଇଛି । ନିର୍ବାଚନ ଅଧିକାରୀ ଏହି ଆଦର୍ଶ ଭୋଟ କେନ୍ଦ୍ର କରିବାର ମୁଖ୍ୟ ଲକ୍ଷ୍ୟ ଭୋଟର ସଚେତନ   ।  ମାତ୍ର ଦୁଖଃର ବିସୟ ଗାଁ ଗଣ୍ଡାରେ ଓଡିଆ ଲେଖା ପରିବର୍ତ୍ତେ ଇଂରାଜୀରେ ଲେଖା ଯାଇଥିବା କିଛି ବ୍ୟାନର ମରାଯାଇଥିଲା  । ବୃଦ୍ଧା, ବୃଦ୍ଧ ମାନେ ଭୋଟ ଦେବାକୁ ଗଲା ବେଳେ ଇଂରାଜୀ ଲେଖା ବ୍ୟାନରକୁ ଖାଲି ଅନାଇ ଅନାଇ ଯାଉଥିବାର ଦେଖାଯାଇଥିଲା  । ନିର୍ବାଚନ ଅଧିକାରୀଙ୍କ ଉଦ୍ଦ୍ୟେଶ ପ୍ରତି ଏଠାରେ ବେଖାତିରି କରାଯାଇଥିବା ଶୁଣିବାକୁ ମିଳୁଛି । ଏଣୁ ଏଠା ଦାୟତ୍ୱରେ ଥିବା ଅଧିକାରୀ କିପରି ଉକ୍ତ ପଞ୍ଚାୟତରେ ଇଂରାଜୀ ଲେଖା ବ୍ୟାନର କରିଛନ୍ତି ତାହା ଆଚାର୍ଯ୍ୟ ଲାଗିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts