ଯେଉଁଠି ପଇସା ଦେଇ ମୃତ୍ୟୁ କିଣା ହୁଏ ସେ ହେଉଛି ଅତାବିରା ଏନଏସି
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଏନଏସି ଅଞ୍ଚଳରେ ପଇସା ଦେଇ ଏଠାରେ ମୃତ୍ୟୁ କିଣା ଯାଇଥାଏ । ଏଠାରେ ପ୍ରତିଦିନ ଶତାଧିକ ବେପାରୀ ମାନେ ରାଜରାସ୍ତାରେ ସେମାନଙ୍କର ବେପାର କରିଥାନ୍ତି । ସେମାନଙ୍କ ଠାରୁ ପ୍ରତିଦିନ ଏନଏସି ୧୦ ଟଙ୍କା କରି ଆଦାୟ କରୁଥିବା ବେଳେ ସାପ୍ତାହିକ ବଜାର ଦିନ ନିୟନ୍ତ୍ରିତ ବଜାର କମିଟି ୧୦ ଟଙ୍କା ପ୍ରତି ଦେକାନୀଙ୍କ ଠାରୁ ଆଦାୟ କରୁଛି । ମାତ୍ର ସେମାନଙ୍କ ପାଇଁ ଦୁଇ ବିଭାଗ ପକ୍ଷରୁ କୌଣସି ସୁବିଧା ନାହିଁ । ମାତ୍ର ସେମାନଙ୍କ ପାଇଁ ପ୍ରତିଦିନ ମୃତ୍ୟୁର ଯନ୍ତା ବସାଯାଉଛି ବୋଲି ବେପାରୀ ମାନେ ଅଭିଯୋଗ ଆଣିଛନ୍ତି । ଅତାବିରା ବ୍ଳକ ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡକୁ ନେଇ ଅତାବିରା ଏନଏସି । ଏନଏସି ରେଙ୍ଗାଲିକ୍ୟାମ୍ପ କେନାଲ ଛକରୁ ଅତାବିରା ଝାଛଁଯୋର ପର୍ଯ୍ୟନ୍ତ ରହିଛି । ଏହି ଏନଏସି ଅଞ୍ଚଳ ମଧ୍ୟରେ କଲିକତା- ମୁମ୍ବାଇ ୫୩ନଂ ଜାତୀୟ ରାଜପଥ ଯାଇଛି । ଏନଏସି ଅଞ୍ଚଳରେ ସରକାରୀ, ବେସରକାରୀ, ଦେକାନବଜାର, ସ୍ଲୁଲ କଲେଜ ସହିତ ପରିବା ବଜାର ମରଣଯନ୍ତ୍ରାରେ ରହିଛି । ଏହି ରାସ୍ତା ଉପରେ ସ୍ଲୁଲ କଲେଜ, ଗାଁ ଗଣ୍ଡାର ଲୋକମାନଙ୍କ ଠାରୁ ସରକାରୀ କାର୍ଯ୍ୟାଳୟକୁ ଲୋକମାନଙ୍କର ଯିବା ଆସିବା ଗହଳି ଲାଗିଥାଏ । ଏହି ରାସ୍ତାର ଳୁହୁରାଚଟି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଦୋହରୀକରଣ ରାସ୍ତା କାମ ୨୦୧୪ ମସିହାରେ ସରିବା କଥା । ମାତ୍ର ଠିକାଦାର ପ୍ରଶାସନ ସହିତ ସଲାସୁତରା ହୋଇ ମନଇଛା ଓ ନିମ୍ନମାନର କାମ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଚଡାଦରରେ ଟୋଲ ଟିକସ ଆଦାୟ କରାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମାନେ ଅଭିଯୋଗ କରନ୍ତି । ଯାହା ଫଳରେକି ରାସ୍ତା କାମ ସଠିକ ନ ହେବାରୁ ବେପାରୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଜବରଦଖଲ କରିଛନ୍ତି । ଅନ୍ୟ ପକ୍ଷେ ଏନଏସି ପକ୍ଷରୁ ରାସ୍ତା ଉପରେ ଜବରଦଖଲ କରିବାକୁ ହଟାଇବା ପରିବର୍ତ୍ତେ ମାସକୁ ୩ଶହଟଙ୍କା ନେଇ ବେପାରୀ ମାନଙ୍କୁ ରାସ୍ତାକୁ ଅବରୋଧ କରିବା ପାଇଁ ଏକ ପ୍ରକାର ଉସୁକାଉଥିବା ଜଣାପଡିଛି । ସେହିପରି ପଇସା ଦେଇ ସେମାନେ ନିଜେ ମରଣଯନ୍ତ୍ରାରେ ବେପାର କରୁଥିବା କହନ୍ତି । ସେହିପିର ରେଙ୍ଗାଲିକ୍ୟାମ୍ପ ଛକରେ ରାଜରାସ୍ତା ଉପରେ ନିଜର ପେଟ ଓ ପରିବାର ମୁୃର୍ହରେ ଦାନ ଦେବା ପାଇଁ ମୃତ୍ୟୁ ସଙ୍ଗେ ଲଢ଼ାଇ କରି ରାଜରାସ୍ତା ଉପରେ ବେପାର କରିଥାନ୍ତି । ଏଠାରେ ମଧ୍ୟ ଏନଏସି ପ୍ରତିଦିନ ୧୦ ଟଙ୍କା ମହାସୁଲ ଆଦାୟ କାରି ସେ ତାଙ୍କ ବାଟରେ ରହନ୍ତି । ଯାହା ଫଳରେକି ରାସ୍ତା ଉପରେ ବେପାର ଓ ଗ୍ରାହକ ମାନଙ୍କର ଗାଡି, ସାଇକେଲ ରହୁଥିବାରୁ ରାସ୍ତା ଏକ ପ୍ରକାର ଯାମ ହୋଇଯାଇଥାଏ । ଏହାକୁ ନେଇ ଗାଡି ଡ୍ରାଇଭର ଓ ଦେକାନୀ ଗ୍ରାହକ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ସହିତ ହାତାହାତି ହେଉଥିବାର ନଜର ରହିଛି । ଏନଏସି ଯେଉଁ ରସିଦରେ ବେପାରୀ ମାନଙ୍କ ଠାରୁ ମହାସୁଲ ଆଦାୟ କରୁଛି ତାହା ପୁଣି ପୁରୁଣା ରସିଦ । ଏନଏସି ହେବାର ୭ ବର୍ଷ ହୋଇଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଏନଏସି ବାସୀ । ଏନଏସି ନିଜର ସ୍ୱାର୍ଥକୁ ନଜର କରି ମହାସୁଲ ଆଦାୟ କରି ଚାଲିଛି ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । ଏ ସମ୍ପର୍କରେ ଏନଏସି ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସବୁ ଜାଣି ନ ଜାଣିଲା ପରି ଏନଏସି ଅଧିକାରୀ ମାନେ ରହୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ରାଜରାସ୍ତା ଅବରୋଧ ହଟାଇବା ସହ ବେପାରୀ ମାନଙ୍କ ପାଇଁ ନିଦ୍ଧିଷ୍ଟ ଅଞ୍ଚଳ ପ୍ରଦାନ କରିବା ପାଇଁ ଜଣସାଧାରଣରେ ଦାବୀ ହେଉଛି । ନଚେତ ଆଗାମୀ ଦିନରେ ଏହାକୁ ନେଇ ଏକ ବଡ ଧରଣର ଆନ୍ଦୋଳନ ହେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସଜବାଜ ହେଉଥିବା ଜଣାପଡିଛି ।
ବରଗଡରୁ ନବିନ କୁମାର ଦାଶ
ବରଗଡରୁ ନବିନ କୁମାର ଦାଶ