Breaking News

ଅତାବିରା ନିର୍ବାଚନ ମଣ୍ଡଳୀରେ ବିଳମ୍ବିତ ରାତିରେ ମତଦାନ ହେଲା ; ସନ୍ଦେହ ଘେରରେ ଶାସକଦଳ

ଅତାବିରା--- ବରଗଡ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀ ଦୁଇଟି ବ୍ଳକକୁ ନେଇ ଗଠିତ । ଗୋଟିଏ ହେଲା ଆତବିରା ଅନ୍ୟଟି ଭେଡେନ  । ଏହି ଦୁଇ ବ୍ଳକରେ ୨୫୨ ଭୋଟ ଗ୍ରହଣ କେନ୍ଦ୍ର ରହିଛି । ସେଥି ମଧ୍ୟରୁ ୧୩୧ ଟି ଅତାବିରା ବ୍ଳକରେ ରହିଛି । ଆଜି ତୁତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି । ମାତ୍ର ଅତାବିରା ବ୍ଳକର ତୋପ ପଞ୍ଚାୟତର ବୁଥନଂ ୫୭ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଛି । ଯାହାକୁ ନେଇ ଜନସାଧାରଣଙ୍କ ଠାରୁ ଭୋଟର ମାନେ ଶାସକଦଳ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଉକ୍ତ ବୁଥରେ ପ୍ରାୟ ୮୨୭ ଜଣ ଭୋଟର ରହିଛନ୍ତି । ଆଜି ସକାଳ ୭ଟା ଠାରୁ ଭୋଟ ଗ୍ରହଣ କେନ୍ଦ୍ରରେ ଗହଳି ଲାଗିଯାଇଥିଲା  । ଭୋଟର ମାନେ ଲମ୍ବା ଲାଡଇନି ଲଗାଇ ନିଜ ନିଜର ମତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ  । ମାତ୍ର ଭୋଟ ଗ୍ରହଣ ଆରମ୍ଭ ହେବା ପରେ ୮ଟାରେ ମେସିନ ଖରାପ ହୋଇଯାଇଥିଲା  । ଦାୟତ୍ୱରେ ଥବା ଅଫିସର ମାନେ ତୁରନ୍ତ ଉଚ୍ଚ ଅଧିକାରୀ ମାନଙ୍କୁ ଖବର ଦେବା ସହ ମତଦାନ ବନ୍ଦ ରଖିଥଲେ  । ମେସିନ ତିଆରି କରାଯିବା ପରେ ଅପରହ୍ନ୨ଟାରେ ମେସିନ ଚାଲୁହେଲା  । ସେହିପରି କିଛି ସମୟ ପରେ ପୁଣି ମେସିନ ଖରାପ ହୋଇଯାଇଥିଲା  । ଯାହା ଫଳରେକି ପ୍ରାୟ ୩୨୭ ଜଣ ଭୋଟର ସେମାନଙ୍କ ମତଦାନ ଦେଇ ପାରନଥିଲେ  । ଏହାକୁ ନେଇ ସେଠାରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା  । ଭୋଟର ମାନେ ମତଦାନ ନ ଦେବା ପର୍ଯ୍ୟନ୍ତ ଏଠାରୁ କହାକୁ ଛାଡିବେ ନାହିଁ ବୋଲି ଜିଦ ଧରି ବସିଥିଲେ  । ଏଣୁ ପ୍ରଶାସନ ବାଧ୍ୟ ହୋଇ ରାତିରେ ନୂତନ ମେସିନ ଲାଗାଇ ସେଠାରେ ଭୋଟ ଗ୍ରହଣ କରାଯାଇଥିବା ଜଣାପଡିଛି । ଏ ସମ୍ପର୍କେ ବ୍ଳକ ନିର୍ବାଚନ ଅଧିକାରୀ ତଥା ଅତାବିରା ବିଡିଓ କହନ୍ତି ମେସିନ କଥା କିଛି କହି ହେବନାହିଁ , ସବୁଠିକ ଠାକ ଥିଲା ମେସିନରେ ଲୋକମାନେ ଭୋଟ ଦେଇଥିଲେ ଖରାପ ହୋଇଗଲା  । ସଙ୍ଗେ ସଙ୍ଗେ ମେକାନିକ ଯାଇ ତିଆରି କରିଥିଲେ  । ପୁଣି ସେଠାରେ ମେସିନ ଖରାପ ହେବାରୁ ନୂତନ ମେସିନ ଦିଆଯାଇ ଭୋଟ ଗ୍ରହଣ କରାଗଲା  । ନିୟମ ଅନୁଯାୟୀ ସଂଧ୍ୟା ୬ ଟା ମଧ୍ୟରେ ବୁଥ କେନ୍ଦ୍ର ପରିସରରେ ଯେଉଁମାନେ ରହିଥିଲେ ସେମାନେ ଭୋଟ ଦେଇଛନ୍ତି  । ଅତାବିରାରେ ସମସ୍ତ ବୁଥ କେନ୍ଦ୍ରରେ ଠିକ ଠାକ ଚାଲିଥିବା ବେଳେ ଏକମାତ୍ର ୫୭ ବୁଥକେନ୍ଦ୍ରରେ ସାମନ୍ୟ ଅସୁବିଧା ଦେଖାଯାଇଥିଲା ତାହା ସମାଧାନ ହୋଇଯାଇଛି ବୋଲି ବିଡିଓ କହିଥିଲେ  । ଅନ୍ୟପକ୍ଷେ ଯଦି ନୂତନ ମେସିନ ଅଣାଯାଇ ସେଠାରେ ଭୋଟ ଗ୍ରହଣ କରାଗଲା ତାହା ହେଲେ ସଙ୍ଗେ ସଙ୍ଗେ କରାଗଲା ନାହିଁ ବୋଲି ବୁଦ୍ଦଜିବୀ ମାନେ ପ୍ରଶ୍ନ ଉଠାଇଛନ୍ତି ।
ବରଗଡରୁ ନବୀନ ଦାଶ 

Blog Archive

Popular Posts