ହରିଆବୁଡା ମେଳଣ ଅନୁଷ୍ଠିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ବଳପୁର ଗ୍ରାମ ପଞ୍ଚାୟତରେ ପୂଜିତ ହୋଉଥିବା ହରିଆବୁଡା ବା (ହରିସହଦେବ)ଙ୍କ ପୀଠରେ ଗୁରୁବାର ମେଳଣ ଅନୁଷ୍ଠିତ ହୋଇଯାଇଛି । ମେଳଣର ଥାନାପତି ବଳପୁର ପଣ୍ଡା ସାହିର ଭଗବତ ବାସୁଦେବ ବିମାନ ସୁସଜିତ ହୋଇ ପ୍ରଥମେ ମେଳଣ ପଡିଆରେ ଖୁଣ୍ଠିଲାଗି ହୋଇଥିଲେ । ପରେ ପରେ ନିମନ୍ତ୍ରିତ ହୋଇଥିବା ଠାକୁରଙ୍କ ବିମାନ ଗୁଡିକ ମେଳଣ ପଡିଆରେ ପ୍ରବେଶ କରିଥିଲେ । ମେଳଣରେ ଆନନ୍ଦପୁର, ବଁପାଳ, ଦୁହୁଡିସାହି, ବେହେରାସାହି, କୁସୁମେଶ୍ୱର, ମୁଦୁଲିସାହି ର ଭଗବତ ବାସୁଦେବ ବିମାନ ଗୁଡିକ ସୁ ସଜିତ ହୋଇ ମେଳଣରେ ଅଂଶଗ୍ରହଣ କରିଥିଲେ । ଆସିଥିବା ଠାକୁର ମାନଙ୍କୁ ମେଳଣ କମିଟି ପକ୍ଷରୁ ପ୍ରତି ଠାକୁରଙ୍କୁ ଭୋଗ ଆଟିକା ଓ ସନମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମେଳଣ ପଡିଆରେ ଦେକାନ ବଜାର ଖୋଲିଥିଲା । ବିଶେଷ କରି ଫାଷ୍ଟଫୁଡ, ଘର ଉପକରଣ ଓ ଜଳଢ଼ଖିଆ ଦେକାନ ମାନଙ୍କରେ କିଣାବିକା ପାଇଁ ଗହଳି ଲାଗିଥିଲା । ହରିସହଦେବ ଠାକୁର ପୁରୀ ଜିଲ୍ଳାରେ ଗୋରୁ , ଗାଇ ମାନଙ୍କର ଇଷ୍ଟ ବା ଠାକୁର ଭାବରେ ବେଶ ଜଣାଶୁଣା । ଏଣୁ ଆଜି ବିଭିନ୍ନ ଅଞ୍ଚଳର ମାନସିକ ଧାରୀ ମାନେ ଠାକୁରଙ୍କ ପାଖରେ ଚୁଡାଘଷା, କଦଳୀଚକଟା,ଦୁଧକୁଷୁମା , ଖଇ, କେରା, ନଡିଆ, ଫଳମୂଳ ଆଦି ଭୋଗ କରି ପ୍ରସାଦ ଭାବରେ ପାଇଥାନ୍ତି । ରାତିରେ ମେଳଣ କମିଟି ପକ୍ଷରୁ ସଂକୀର୍ତ୍ତନ, ଭଜନ ସହିତ ଦୁଇଦିନ ଧରି ଅପେରା ଅନୁଷ୍ଠିତ ହୋଇଥିଲା । ଶେଷରେ ଆତସବାଜି ପ୍ରଦର୍ଶନୀ କରାଯାଇ ଠାକୁରମାନେ ନିଜ ନିଜ ଗ୍ରାମକୁ ଫେରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି