Breaking News

ମତଦାନ ଆରମ୍ଭରୁ ମେସିନ ଖରାପ;ବିଳମ୍ବରେ ହେଲା ମତଦାନ

ଡେଲାଙ୍ଗ--- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଗୁଆଳିପଡା ଗ୍ରାମ ପଞ୍ଚାୟତର ସରକାରୀ ସେବାଶ୍ରମ ପ୍ରାଥମିକବିଦ୍ୟାଳୟ ପରିସରରେ ୯୨ ନଂ ବୁଥର ମେସିନଟି  ଖରାପ ହୋଇଯାଇଥିଲା  । ଯାହାକି ପୁଲିଂ ଅଫିସର ମାନେ ମେସିନଟିକୁ ସଜାଡିବା ପାଇଁ ଚେଷ୍ଟା କରିଥିଲେ  । ବିଳମ୍ବ ହେବାରୁ ଭୋଟର ମାନେ ହୋ ହଲ୍ଲା କରିଥିଲେ  ।  ଶେଷରେ ସେକ୍ଟର ଅଧିକାରୀ ଡେଲାଙ୍ଗ ସହକାରୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା ଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେ ବିଡିଓଙ୍କୁ ଜଣାଇଥିଲେ  । ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ   ଓ  ଇଂଞ୍ଜନିୟର ଙ୍କ ସହିତ ବୁଥରେ ପହଞ୍ଚି   ଖରାପ ହୋଇଯାଇଥିବା ମେସିନଟିକୁ ସଜାଡିବା ପରେ ମତଦାନ  ଚାଲିଥିଲା  ।  ସେହିପରି ୫୯ ବୁଥ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥନଂ- ୫୯ରେ ମତଦାନ କେନ୍ଦ୍ରରେ ଭୋଟ ମେସିନ ଖରାପ ହୋଇଯିବାରୁ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା  । ବୁଥନଂ ୫୫ ଜଗଦଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେମିନ ଖରାପ ହେବାରୁ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା  । ନୂତନ ମେସିନ ଅଣାଯାଇ ମତଦାନ ଆରମ୍ଭ ହୋଇଥିବାର ଜଣାପଡିଛି । ସେହିପରି ବିଭିନ୍ନ ଯାଗାରେ ମେସିନ ଖରାପ ହୋଇଯିବାରୁ କିଛି ସମୟ ପାଇଁ ମତଦାନରେ ବାଧା ସୃଷ୍ଟି ହୋଇଥିଲା  । ଡେଲାଙ୍ଗ ବିଡିଓଙ୍କ କହନ୍ତି ପ୍ରାୟ ୧୫ଟି ମତଦାନ କେନ୍ଦ୍ରରେ ମେସିନ ଖରାପ ହୋଇଥିଲା । କେତକ ଯାଗାରେ ମେସିନ ତିଆରି କରାଯିବା ପରେ ମତଦାନ ହୋଇଥିଲା  । ଅନ୍ୟ କେତକ ଯାଗାରେ ନୂତନ ମେସିନ ଲଗାଯାଇ ମତଦାନ କରାଯାଇଥିଲା  ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts