ସତ୍ୟବାଦୀରେ ବାହ୍ମଣ ଖଣ୍ଡି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବାହ୍ମଣ ଖଣ୍ଡି ଗ୍ରାମରେ ସପ୍ତଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ୧୯ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହୋଇଯାଇଛି । ଅଙ୍କୁରାରୋପଣ, କଳସଯାତ୍ରା,ବାହ୍ମଣକରଣ, ଅଗ୍ନିସ୍ଥାପନ, ଆହୂତି ପ୍ରଦାନ, ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡପପୂଜା, ଚଣ୍ଡୀ, ରୁଦ୍ରାଭିଷେକ, ଗୀତା ପାଠ, ଅଭିଷେକ, ସର୍ବଦେବାଦେବୀ ଆହୂତି ପ୍ରଦାନ ପରେ ଆଜି ଶେଷ ଦିନରେ ଯଜ୍ଞର ପୂର୍ଣ୍ଣାହୂତି କରାଯାଇଥିଲା । ଏଥିରେ କର୍ତ୍ତା ଲିଙ୍ଗରାଜ ଦଳାଇ, ସୁମିତ୍ର ଦଳାଇ ରହିଥିଲେ । ପଣ୍ଡିତ ନୃସିହ ନାଥ ନନ୍ଦ, ଲକ୍ଷ୍ମୀକାନ୍ତ ନନ୍ଦ, ନାରାୟଣ ମହାପାତ୍ର, ଅକ୍ଷୟ କୁମାର ମିଶ୍ର, ବାସୁଦେବ ମିଶ୍ର, ମିହିର ଶତପଥିୀ ରହିଥିଲେ । ଏହି ଅବସରରେ ଗ୍ରାମରେ ୪ ଦିନ ଧରି ଆମିଷ ନିଷେଧ କରାଯିବା ସହ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଘଟ ସ୍ଥାପନ କରାଯାଇଥିଲା । ରାତ୍ରରେ ସମୂହ ପ୍ରସାଦ ସେବନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି