ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଠାରେ ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ସଭାପତି ମନୋଜ ସୁନାଙ୍କ ଅଧ୍ୟକ୍ଷତାରେ ଭାରତରତ୍ନ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ରେଙ୍ଗାଳିକ୍ୟମ୍ପା ସ୍ଥିତ କାଳୀମନ୍ଦିର ଠାରୁ ଏକ ମଟର ସାଇକେଲ ର୍ୟାଲି ବାହାରି ନଗର ପରିକ୍ରମା କରିଥିଲା । ଲାଦେରିପାଲି ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ଫୁଲ, ଚନ୍ଦନ ଓ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଏଥିରେ ଶତାଧିକ ଆମ୍ବେଦକର ପ୍ରେମୀ ମାନେ ଯୋଗଦେଇଥିଲେ । ଗଣ୍ଡା ସମାଜର ସମ୍ପାଦକ ସରୋଜ ବାଦୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଭେଡେନ ବ୍ଳକର ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଭାରତରତ୍ନ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠିତ ମଟର ସାଇକେଲ ଶୋଭାଯାତ୍ରା ଭେଡେନରୁ ଆରମ୍ଭ ହୋଇବିଭିନ୍ନ ଗ୍ରାମ ପରିକ୍ରମା କରି ମେହେନା ଠାରେ ଶେଷ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ଯୋଗଦେଇ ଅତିଥି ମାନେ ଡ. ଆମ୍ବେଦକରଙ୍କ ଜିବନୀ ସମ୍ପର୍କେ ଆଲେଚନା କରିଥିଲେ । ତାଙ୍କର ପ୍ରତିମୂର୍ତ୍ତି ବ୍ଳକ କାର୍ଯ୍ୟାଳୟରେ ନ ଥିବାରୁ ଉପସ୍ଥିତ ଥିବା ଆମ୍ବେଦକର ପ୍ରେମୀ ମାନେ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଗଣ୍ଡା ମହାସଭା କମିଟି ଗଠନ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି । ସେହିପରି ମେହେନା ଗ୍ରାମରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।
ବରଗଡରୁ ନବୀନ ଦାଶ