Breaking News

୩୦ ବସ୍ତାର ଧାନ କଳେଇ ଗଦା ଜଳିଗଲା

 ସାକ୍ଷୀଗୋପାଳ---  ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ପକ୍ଷୀମୁଣ୍ଡ ଗ୍ରାମର ଲାଲୁ ବେହେରାଙ୍କ ବାରିରେ ଥିବା ପ୍ରାୟ ୩୦ ବସ୍ତାର ଧାନ କଳେଇ ଗଦା ଶନିବାର ଅପରାହ୍ନରେ ଜଳିଯାଇଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ମନୋଜ ପାତ୍ର ଓ ରୋହିତ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କାର ଧାନ ପୋଡି ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡିନାହିଁ  । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts