Breaking News

ଭୋଟ ଆରମ୍ଭରୁ ମେସିନ ଖରାପ; ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ମତଦାନ

ସାକ୍ଷୀଗୋପାଳ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨/ ୨୦୩ ଦୁଇଟି ଭୋଟ କେନ୍ଦ୍ର କରାଯାଇଛି । ସକାଳୁ ସକାଳୁ ଲୋକମାନେ ମତଦାନ ଦେବାପାଇଁ ଧାଡିରେ ଠିଆ ହୋଇଥିବାର ଦେଖାଯାଇଥିଲା  । ମାତ୍ର ୨୦୩ ବୁଥର ମେସିନଟି ମତଦାନ ଆରମ୍ଭ ହେବା ବେଳକୁ  ଖରାପ ହୋଇଯାଇଥିଲା  । ଯାହାକି ଅଧିକାରୀ ମାନେ ବହୁ ଚେଷ୍ଟା କରିବା ସତ୍ତେ୍ୱ ତିଆରି କରି ପାରିନଥିଲେ  । ଶେଷରେ ସେକ୍ଟର ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିଲା  । ସେକ୍ଟର ଅଫିସର  ବ୍ଳକ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ ନିର୍ବାଚନ ମାଜିଷ୍ଟେଟ ଦାୟତ୍ୱରେ ଥିବା ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ମେକାନିକଙ୍କୁ ଡକାଇ ଖରାପ ହୋଇଯାଇଥିବା ମେସିନଟିକୁ ସଜାଡିବା ପରେ ଭୋଟ ମେସିନଟ ଚାଲିଥିଲା  । ଯାହାକି ଏକ ଘଣ୍ଟା ପରେ ମତଦାନ ଆରମ୍ଭ ହୋଇଥିବାରୁ   ଲୋକମାନେ ଲମ୍ବା  ଧାଡିରେ ଠିଆ ହୋଇଥିବାର ଦେଖାଯାଇଥିଲା   । ଅନ୍ୟ ୨୦୨ବୁଥରେ ମତଦାନ କେନ୍ଦ୍ରରେ ସକାଳ ୯ ଟା ସୁଦ୍ଧା ପ୍ରାୟ ୩୦ % ମତଦାନ ସରିଥିବା ଜଣାପଡିଛି  । ସେହିପରି ଗୋପାଳପୁର ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦୮/୨୦୯ ଦୁିଇଟି ବୁଥ କରାଯାଇଛି । ଏଠାରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ଚାଲିଛି  । ରାଜନୈତିକ ଦଳର କର୍ମୀ ମାନେ ମତଦାନ କେନ୍ଦ୍ର ଗୁଡିକ ବୁଲିକି ଦେଖୁଥିବା ଜଣାପଡିଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts