ବିଷାକ୍ତ ମଦ ପିଇ ତିନି ମୃତ୍ୟୁ , ୨୦ଚିକିସ୍ଥାଧିନ
ଭଦ୍ରକ ----- ତିହିଡି ଅଂଚଳରେ ବିଷାକ୍ତ ମଦ ପିଇ ୩ଜଣଙ୍କର ମୃତ୍ୟୁ ହୋଇଛି । ୨୦ ଜଣ ଗୁରୁତର ହୋଇ ଭଦ୍ରକ ମେଡିକାଲ ରେ ଚିକିସ୍ଥାଧିନ ଅଛନ୍ତି । ସେମାନଙ୍କ ମଧ୍ଯରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ଖବର ପାଇ ଜ଼ିଲ୍ଲାପାଳ ମେଡିକାଲ ରେ ପହଞ୍ଚି ଗୁରୁତର ଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ । ଚୋରା ମଦ କେଉଁଠୁ ଆସିଲା କିଏ ଦେଲା ସେ ନେଇ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି । ମଦ ମୃତ୍ୟୁ ନେଇ ଉତ୍ୟକ୍ତ ଲୋକଙ୍କ ତିହିଡି ପୀରହାଟ ନୂଆବଜ଼ାର ଠାରେ ଭଦ୍ରକ - ଚାନ୍ଦବାଲି ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ପ୍ରଶାସନ ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରିସ୍ତାରୋକ ହଟିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି