Breaking News

ନନ୍ଦା ଉଠିଲା, କାଲି ପାଣିରୁ ଉଠିବ ଭଦ୍ରା

 ସାକ୍ଷୀଗୋପାଳ--- ସତ୍ୟବାଦୀର ସାକ୍ଷୀଗୋପିନାଥଙ୍କ ଚନ୍ଦନଯାତ୍ରା ପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚନ୍ଦନ ଯାତ୍ରାର ଛାମୁଣ୍ଡିଆ ପାଇଁ ଖୁଣ୍ଠି ପୋତା ଆରମ୍ଭ ହୋଇଛି । ମଇ ୭ ତାରିଖ ଦିନ ଅକ୍ଷୟତୁତୀୟା ପର୍ବ ପାଳନ ହେବ । ସେଇଦିନ ଠାରକୁ ସୁସଜିତ ନନ୍ଦା ଓଭଦ୍ରା ଉପରେ ବିଜେ କରି ଚନ୍ଦପୋଖରୀରେ ଜଳକ୍ରୀଡା  ( ଚାପ) ପର୍ବ  ଆରମ୍ଭ ହେବ । ବର୍ଷକୁ ଥରେ ନନ୍ଦା ଓ ଭଦ୍ରା ପାଣିରୁ ଉଠିଥାନ୍ତି  । ଆଜି ମନ୍ଦିରର ଭୋଇ ସେବକ ମାନେ ନନ୍ଦାକୁ ଉଠାଇଥିଲେ  । ଆସନ୍ତା କାଲି ଭଦ୍ରାକୁ ଉଠାଇବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts