ଗ୍ରାମ, ଛକ, ବଜାରରେ ନିର୍ବାଚନ ପୋଷ୍ଟର ଛାଉଣୀ ; ନିର୍ବାଚନ ଆଇନକୁ ଖୋଲା ଖୋଲି ଚାଲେଞ୍ଜ
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ, ଛକ, ବଜାର ଯେଉଁଆଡେ ଦେଖିବ ସିଆଡେ ଦଳୀୟ ପ୍ରଚାର ପତ୍ର ଓ ପତକା ଓହଳିଛି । ନିର୍ବାଚନକୁ ଖୋଲା ଖୋଲି ଭାବେ ତିନି ପ୍ରମୁଖ ଦଳୀୟ ପ୍ରାର୍ଥୀ ମାନେ ଖୋଲା ଖୋଲି ଭାବେ ପ୍ରଶାସନକୁ ଚାଲେଞ୍ଜ କରିଥିବା ବୁଦ୍ଧିଜିବି ମାନେ ଆଲୋଚନା କରୁଥିବା ଜଣାପଡିଛି । ୨୩ ତାରିଖରେ ପୁରୀ ଜିଲ୍ଲାରେ ସାଧାରଣ ନିର୍ବାଚନ ହେବ । ଏଥିଯୋଗୁ ବିଜେଡି, ବିଜେପି ଓ କଂଗ୍ରେସ ତିନିମୁଖ୍ୟ ରାଜନୈତିକ ଦଳ ନିଜ ନିଜ ସପକ୍ଷରେ ଜୋର ସୋର ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି । କେତକ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ଅନ୍ୟ ପକ୍ଷେ ମଟର ସାଇକେଲରେ ରୋଡ ଶୋ ମାଧମୟରେ ପ୍ରଚାର କରାଯାଉଛି । ଏବେ ଗ୍ରାମ ଦାଣ୍ଡ , ନଡିଆ ଗଛ, ବିଦ୍ୟୁତ ଖୁଣ୍ଠ, ବଜାର ହାଟ ଛକ ବିଭିନ୍ନ ସ୍ଥାନରେ ଦଳୀୟ ବ୍ୟାନର , ପତକା ଓ ପୋଷ୍ଟର ଗୁଡିକରେ ଛାଉଣୀ ହୋଇଗଲାଣି । ଏପରିକି ରାସ୍ତା ଉପରେ ପତକା ଟଙ୍ଗା ଯାଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଲାଣି । ରାଜ୍ୟ ନିର୍ବାଚନ କମିଶନରଙ୍କ ଆଇନକୁ ପ୍ରାର୍ଥୀ ମାନେ ସିଧା ସଳକ ବେ ଖାତିରି କରୁଥିବା କେତେକ ସାମାଜିକ କର୍ମୀ ମାନେ କହନ୍ତି । ଏପରିକି ପୁରୀ ଜିଲ୍ଲା ନିର୍ବାଚ ନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛ । ଏପରିକି ଯେଉଁ ଯାଗା ମାନଙ୍କରେ ଲେଖା ଯାଇଥିବା ଦଳୀୟ ପ୍ରାର୍ଥୀଙ୍କ ସ୍ଳୋଗାନ ପ୍ରଶାସନ ପଇସା ଖର୍ଚ୍ଚ କରି କଳା ବୋଲିଥିଲା ସେଇ ଯାଗାରେ ପୁଣି ଦଳୀୟ ପୋଷ୍ଟାର ମରାଯାଇଥିବା ଦେଖାଯାଇଛି । ଯାହାକି ବ୍ଳକ ପ୍ରଶାସନ ସବୁ ଦେଖିକି ନ ଦେଖିଲା ପରି ରହୁଥିବା ଅଭିଯୋଗ ମାନ ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି