୧୬ତମ ଧନେଶ୍ୱର ମୋମରିଆଲ ଟ୍ରଫି ଉଦଯାପିତ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ନିଁପୁର ଗ୍ରାମ ପଡିଆରେ ୧୬ ତମ ଧନେଶ୍ୱର ମୋମରିଆଲ କ୍ରିକେଟ ଟ୍ରଫି ଆଜି ଉଦ୍ଯାପନ ହୋଇଯାଇଛି । ଫାଇନାଲ ମ୍ୟାଚ ନିଁପୁର କ୍ରିକେଟ ଟିମ ସହିତ ତିରମଲ୍ଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନିଁପୁର କ୍ରିକେଟ ଦଳ ସମସ୍ତ ଉଇକେଟ ହରାଇ ୯୩ ରନ କରିଥିଲା । ଜବାବରେ ତିରମଲ୍ଲ କ୍ରିକେଟ ଦଳ ଶେଷ ଓଭରରେ ୯୪ ରନ କରି ବିଜୟୀ ହୋଇଥିଲେ । ଖେଳ ପରିଚାଳନା କରିଥିଲେ ନେତ୍ରନନ୍ଦ ମାଝୀ ଓ ବିକ୍ରମ କେଶରୀ ସୁବୁଦ୍ଧି । ଅତିଥି ଭାବେ ଶିକ୍ଷକ ଦିବମ୍ବର ରଥ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ଓ ରନସ ଦଳକୁ ରନସ କପ ପ୍ରଦାନ କରିଥିଲେ । ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି