ସରକାରୀ ଯୋଜନା କାଦୁ କଁହଁରଙ୍କ ପାଇ ସାତ ସପନ ହୋଇଛି
କନ୍ଧମାଳ--- କନ୍ଧମାଳ ଜିଲ୍ଲାର ଦାରିଙ୍ଗୀବାଡି ବ୍ଳକ ଅନ୍ତର୍ଗତ ସମିନବାଡି ଗ୍ରାମ ପଞ୍ଚାୟତର ଜୁଡାବାଲି ଗ୍ରାମର କାଦୁ କଁହଁରଙ୍କ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ସାତ ସପନ ପାଲିଟିଛି । ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଓ କନ୍ଧମାଳ ଅଞ୍ଚଳର ଉନ୍ନତି ପାଇଁ ଦିନରାତି ଡେଙ୍ଗୁରା ବାଡେଇ ଚାଲିଛନ୍ତି । ସରକାରଙ୍କ ପକ୍ଷରୁ ଏମାନଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରାଯାଇଛି । ମାତ୍ର ଏହା ଦେଖିବାକୁ ସତେ ଯେପରି ରାଜ୍ୟ ସରକାରଙ୍କ ପାଖରେ କେହି ନାହାନ୍ତି । ସବୁ ଚାଲିଛି କାଗଜ ପତ୍ରରେ । ଏହାର ଏକ ନମୁନା ହେଉଛି କାଦୁ ପରିବାର । ଦେଶ ସ୍ୱାଧୀନତା ପରେ ବି ମୁଣ୍ଡ ଗୁଜିଂବା ପାଇଁ ତାଙ୍କ ପାଖରେ ଘର ଖଣ୍ଡିଏ ନାହିଁ । ଯେଉଁ ଭଙ୍ଗା କୁଡିଆ ରହିଛି ନିଜ ଜବିନକୁ ବାଜି ଲଗାଇ ୭ଜଣ ରହୁଛନ୍ତି । ଘର ମଧ୍ୟରେ ସକାଳେ ସୂର୍ଯ୍ୟ ରାତିରେ ଜହ୍ନ ଦିଶୁଛି । ଘର ଉପରେ ନାମକୁ ମାତ୍ର ଭଙ୍ଗା ଟିଣ ଓ ଆଜବେଷ୍ଟସ କେତେ ଖଣ୍ଡ ଥୁଆ ହୋଇଛି । ପବନ ହେଲେ ସେ ଉଡିଯାଉଛି । ଘରର କାନ୍ଥ କଥା ନ କହିଲେ ଭଲ । କାନ୍ଥ କେତେବେଳେ କାହା ଉପରେ ପଡିବ ତାହା କହିବା କଷ୍ଟକର ହୋଇପଡିଛି । ବର୍ଷା ହେଲେ ପରିବାରର ସମସ୍ତେ ଅନିଦ୍ରା ରହନ୍ତି । ସବୁଆଡେ ପାଣି ଗଳିଥାଏ । କାଦୁ ଜଣେ ସାଧାରଣ ଗରିବ ମଣିଷଟେ । ତା ମନରେ କପଟ ଛନ୍ଦ ନ ଥାଏ । କାମ କଲେ ସାତ ପାଣିଙ୍କ ପେଟକୁ ଦାନା ଯାଇଥାଏ । ଯେଉଁଦିନ କାମକୁ ନ ଯାଏ ସେ ଦିନ ଚୁଳି ଜଳିନଥାଏ । କୌଣସି ରାଜନୈତିକ ଦଳରେ ସାମିଲ ନଥାଏ କାଦୁ । ତେଣୁ ସରକାରଙ୍କ ଜନହିତକର ଯୋଜନା ତାକୁ ମିଳିନଥାଏ । କାହାକୁ ମଧ୍ୟ ସେ ହାତଗୁଞ୍ଜା ଦେଇ ପାରିଲା ନାହିଁ ବୋଲି ସବୁ ଯୋଜନାରୁ ବଞ୍ଚିତ । ତଥାପି କଷ୍ଟ କରି ବ୍ଳକ ପ୍ରଶାସନ ପାଖରେ କାଦୁ ଅନେକ ଥର ଘରଖଣ୍ଡେ ପାଇଁ ଦରଖାସ୍ତ କରିଛି । ମାତ୍ର ତାକୁ ଖାଲି ମିଳିଛି ମିଥ୍ୟା ପ୍ରତିଶ୍ରୁତି । ନିର୍ବାଚନ ସମୟରେ ନେତା ମାଳ ମାଳ ବହୁ କଥା କହନ୍ତି ମାତ୍ର ଭୋଟ ପାଇଗଲା ପରେ ସେ ସିଆଡେ ଅନ୍ୟ ପ୍ରାର୍ଥୀ ହାରିଗଲା ପରେ ବି ସେମାନଙ୍କର ଦେଖାନଥାଏ । ଏ ସମ୍ପର୍କେ ସ୍ଥାନୀୟ ବିଡିଓଙ୍କୁ ପଚାରିବାରୁ ସେ କହନ୍ତି ବହୁ ଶିଘ୍ର ତାଙ୍କୁ ଘର ଟିଏ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଦେଖାଯାଉ କାଦୁ ପରିବାର କେବେ ଘରଟିଏ ମିଳୁଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା