ବିଜେପିର ୩୨ ନଂ ଜୋନରେ ପ୍ରଚାର ଜୋର ଧରିଲା
ସାକ୍ଷୀଗୋପାଳ----- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୨ ନଂ ଜୋନରେ ଗୁରୁବାର ବିଜେପି ଦଳ ପକ୍ଷରୁ ମଟର ସାଇକେଲ ର୍ୟାଲି ରେ ପ୍ରଚାରକୁ ଜୋରଦାର କରିଛି । ଏହି ପ୍ରଚାରରେ ପ୍ରାୟ ଶତାଧକ ଯୁବକ ମାନେ ବିଜେପି ଜିନ୍ଦାବାଦ, ଓମ ଭାଇ ଜିନ୍ଦାବଦ ସ୍କେଗାନ ଦେଇ ବିଜେଡି ସରକାରଙ୍କ ବିରୁଧରେ ନାରାବାଜି ଦେଇ ଶୋଭାଯାତ୍ରାରେ ଯାଉଥିବା ଦେଖାଯାଇଛି । ଓଡିଶାରେ ଯାହା କିଛି ହେଲା ସେଥିପାଇଁ କେନ୍ଦ୍ରକୁ ଦୋଷ ଦେବା ଆଦି ସମ୍ପର୍କରେ ଲୋକମାନଙ୍କୁ ବିଧାନସଭା ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ବୁଝାଇଥିଲେ । ଏଥିରେ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଡ ନେତୃତ୍ୱ ,ଉଜ୍ୱଳା ଆଦି ଜନହିତକର ଯୋଜନା ବିସୟରେ କହିବା ସହ ନିଜ ସପକ୍ଷରେ ଭୋଟ ଦେବାକୁ ଥରେ ଲୋକମାନଙ୍କୁ ନିବେଦନ କରିଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳ ବକୁଳବନ ଠାରୁ ମଟର ସାଇକେଲ ର୍ୟାଲି ବାହାରି ମନ୍ଦର କଲେଜ ବାଇପାସ ରାସ୍ତା ଦେଇ ସାକ୍ଷୀଗୋପାଳ ବଷଷ୍ଟାଣ୍ଡ ହୋଇ ମଠସାହି, ସେନାପତି ସାହୁ, ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ, ମୁଳଅଳସା, ଦୁଗଲ ଗ୍ରାମ ପଞ୍ଚାୟତ ଦେଇ ବୀରଗୋବିନ୍ଦପୁର ଗ୍ରାମ , ଜୟପୁର , ପେଣ୍ଠପଡା, କାଦୁଆ ଓ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ସତ୍ୟବାଦୀ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ଅମର ଶତପଥୀ, ଯୁବ ସଂଗଠକ ପ୍ରତାପ ବେହେରା, ବାବୁଲି ସ୍ୱାଇଁ ପ୍ରମୁଖ ବିଜେପି ଦଳର ଛାମୁଆ କର୍ମୀ ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି