Breaking News

ପାଣିରେ ବୁଡି ୪ ବର୍ଷର ଝିଅର ମୃତ୍ୟୁ

ଅତାବିରା---- ବରଗଡ ଜିଲ୍ଲାର ଅତାବିରା ବ୍ଳକ ପାହାଡଶ୍ରୀଗିଡା ପଞ୍ଚାୟତର ରେଙ୍ଗାଲି ଗ୍ରାମର କନ୍ଦର୍ପ ମଲ୍ଲିକଙ୍କ ଝିଅ ଭାରତୀ ( ଲିଜା) ମଲ୍ଲିକ (୪) ବର୍ଷର ରବିବାର ଦିନ ନିଖୋଜ ଥିବା ଅତାବିରା ଥାନାରେ ଅଭିଯୋଗ ହୋଇଥିଲା  । ପୋଲିସ ସୁତ୍ରରୁ ପ୍ରକାଶ ଯେ ରବିବାର ଦିନ ମଧ୍ୟାହ୍ନରେ ଗ୍ରାମର ୫ରୁ ୬ ଜଣ ଝିଅ ଗାଧେଇବା ପାଇଁ ମେନ କେନାଲକୁ ଯାଇଥିଲେ  । ତା ପରଠାରୁ ଲିଜାର କୌଣସି ପତ୍ତା ମିଳିନଥିଲା  । ପରିବାର ଲୋକମାନେ ରାତି ୮ ଟା ପର୍ଯ୍ୟନ୍ତ ଆଖ ପାଖ ଅଞ୍ଚଳ ସହ ବିଭିନ୍ନ ଯାଗାରେ ଖୋଜା ଖୋଜି କରିବା ପରେ ନ ପାଇବାରୁ ଶେଷରେ  ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ପୋଲିସ ଠାରୁ ଖବର ପାଇ ଅତାବିରା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅତାବିରା ମେନ କେନାଲ ପାଣିରେ ଖୋଜା ଖୋଜି କରିବା ପରେ ଲିଜାର ଶବ ଉଦ୍ଦାର କରିଥିଲେ  । ଖବର ପାଇ ଅତାବିରା ଥାନା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ କେସ ରୁଜ କରି ଶବ ବ୍ୟବଛେଦ ନିମନ୍ତେ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି  ।
ବରଗଡରୁ ନବୀନ କୁମାର ଦାଶ

Blog Archive

Popular Posts