ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଜିଲ୍ଲାପରିଷଦ ୩୩ ନଂ ଜେନରେ ବିଜେଡି ଦଳ ମଟରସାଇକେଲ ରୋଡ ଶୋ କରି ପ୍ରଚାରକୁ ଜୋର କରିଛି । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ସେତେ ଯୋର ଧରୁଛି । ଖରାକୁ ଖାତିରି ନକରି ପ୍ରାର୍ଥୀ ମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ସେହପିରି ଶୁକ୍ରବାର ଅପରାହ୍ନରେ ବିଜେଡି ଦଳର ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଓ ବିଧାନ ସଭା ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଏକ ମଟର ସାଇକେଲ ର୍ୟାଲି କରି ନିଜ ସପକ୍ଷରେ ପ୍ରଚାର କରିଛନ୍ତି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ବଜାର ଠାରୁ ଏକ ଖୋଲା ଗାଡିରେ ଲୋକସଭା ପ୍ରାର୍ଥୀ ଶ୍ରୀ ମିଶ୍ରଙ୍କ ସହିତ ବିଧାନସଭା ପ୍ରାର୍ଥୀ ଶ୍ରୀ ସମାନ୍ତରାୟ ତାଙ୍କ ସମୟରେ ସେ କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ନେଇ ତାଙ୍କ ସପକ୍ଷରେ ମତଦାନ କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମୟରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କେ ବଖାଣିଥିବା ବେଳେ କେନ୍ଦ୍ର ସରକାର ଓଡିଶା ପ୍ରତି କିପରି ବେୃମାତିକ ମନେଭାବ କରିଛି ସେ ସମ୍ପର୍କେ କହିଥିଲେ । ବିଶେଷ କରି ଏହି ରୋଡ ଶୋରେ ଶତାଧିକ ମଟର ସାଇକେଲରେ ଯୁବ କର୍ମୀ ମାନେ ବିଜେଡି ସପକ୍ଷରେ ସ୍ଳୋଗାନ ଦେଇ ବିଭିନ୍ନ ଗ୍ରାମକୁ ଯାଇଥିଲେ । ସାରଙ୍ଗଯୋଡି, ବିଦ୍ୟାଧରପୁର, ବଳପୁର, ବଳରାମପୁରଗଡ ଗ୍ରାମ ପଞ୍ଚାୟତର ସାରଙ୍ଗଯୋଡି, ଳରାଇପୁର, ମଳୁଖପାଟଣା, ବଳପୁର, ପଥୁରିଆସାହି, ବାଇଁଶିବାଡି, ସୁଆଣ୍ଡୋ, ବିଦ୍ୟାଧରପୁର, କୁସୁମେଶ୍ୱର, ବଳରାମପୁରଗଡ, ଗୁଆଳିଗୋରଡା, ବୁଢାକେରା, ଆନନ୍ଦପୁର, ମାଳସାହି, ବାଲିସାହି, ପୁରୁଣାବୁଖାକେରା, କଅଳପଡା, ମାଧିପୁର, ପିଢ଼ସାହି, ଦିପିଦେଉଳି, ବିଭୁତି ପୋଖରି, ପୀଢ଼ସାହି, ପ୍ରହ୍ମପେଡି ଆଦି ପ୍ରାୟ ୪୮ଟି ୱାଡ ଶୋଭାଯାତ୍ରା ପରିକ୍ରମା କରିଥିଲା । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ,ବ୍ଳକ ଉପାଧ୍ୟକ୍ଷା ବିକ୍ରମ କୁମାର ଜେନା, ସୁନୀଲ ପଣ୍ଡା, ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନଙ୍କ ସହ ବିଜୁ ଜନତା ଦଳର ଯୁବଗୋଷ୍ଠୀ ଓ ମହିଳା ଗୋଷ୍ଠୀ ସାମିଲ ହୋଇଥବାର ଦେଖାଯାଇଥିଲା । ବିଭିନ୍ନ ଗ୍ରାମ ଛକ ମାନଙ୍କରେ ମହିଳା ଓ ଯୁବଗୋଷ୍ଠୀ ମାନେ ଫୁଲମାଳ ଦେଇ ସ୍ୱାଗତ କରିଥିବାର ଦେଖାଯାଇଛି । ବିଜେଡି ଦଳ ସପକ୍ଷରେ ଭୋଟର ମାନେ ଆଗ୍ରହ ପ୍ରକାଶ କରୁଥିବା ଜଣାପଡିଛି । ଏଥିଯୋଗୁ ବିଜେଡି ଦଳର ର୍ୟାଲିରେ ଶତାଧିକ ର୍କମୀ ମାନେ ସାମିଲ ହୋଉଥିବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି