Breaking News

ଡେଲାଙ୍ଗରେ ଶାନ୍ତିଶୃଙ୍ଖଳା ସହିତ ଶେଷ; ୭୦ ଭାଗ ମତଦାନ

  ଡେଲାଙ୍ଗ---  ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକରେ ୧୧୯ଟି ମତଦାନ କେନ୍ଦ୍ର ହୋଇଛି । କେତେକ ବୁଥରେ ଦଳୀୟ , ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ସାମନ୍ୟ ପାଟିତୁଣ୍ଡ ଯୋଗୁ ଉତ୍ତେଜନା ପ୍ରକାଶ ପାଇଥିଲା  । ଅନ୍ୟପକ୍ଷେ ସବୁଠାରେ ଶାନ୍ତିଶୃଙ୍ଖଳା ସହିତ ମତଦାନ ଶେଷ ହୋଇଥିବାର ଜଣାପଡିଛି ।  ସକାଳ ୭ ଟାରୁ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥରେ ମତଦାନ ପାଇଁ ଭୋଟର ମାନଙ୍କର ଲମ୍ବା ଧାଡି ଲାଗି ଥିବାର ଦେଖାଯାଇଥିଲା  । ଖରା ସମୟରେ ବୁଥ ଗୁଡିକରେ ଭୋଟର ନଥିବାରୁ  ପ୍ରାୟ ପାଙ୍କା ପଡିଥିଲା  । ଅପରାହ୍ନ ଠାରୁ ମତଦାନ ଶେଷ ପର୍ଯ୍ୟନ୍ତ ଭୋଟଦାନ ପ୍ରକିୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା  ।  ମୋଟାମୋଟି ଭାବେ ଡେଲାଙ୍ଗରେ ୭୦ % ମତଦାନ ହୋଇଥିବାର  ବ୍ଳକ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts