ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରବେଶ ଉତ୍ସବ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଗୌଡକେରା ଗ୍ରାମରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ମନ୍ଦିର ପବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାମଯଜ୍ଞ ଗ୍ରାମବାସୀଙ୍କ ପକ୍ଷରୁ କରାଯିବା ସହ ଗ୍ରାମରେ ଆସିଷ ନିଷେଧ କରାଯିବା ସହ ସମସ୍ତ ଘର ଦୂଆର ଆଗରେ ପୁର୍ଣ୍ଣକୁମ୍ଭ ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବରେ ହାଡିବନ୍ଦୁ ସାହୁ ଓକର୍ତ୍ତୀ ଭାବରେ ମାଳତୀ ସାହୁ ରହିଥିବା ବେଳେ ପୁରୋହିତ ଭାବେ ଯୋଗେନ୍ଦ୍ର ମହାପାତ୍ର ଓ ସାଥୀ ମାନେ ମନ୍ଦିର ପ୍ରତିଷ୍ଠା ଓ ଠାକୁରଙ୍କୁ ମନ୍ଦିର ପ୍ରବେଶ ସହ ସିଂହାସନରେ ସ୍ଥାପନ କରିଥିଲେ । ଗ୍ରାମରେ ଏକ ଆଧ୍ୟତ୍ମାିକ ପରିବେଷ ସୃଷ୍ଟି ହୋଇଥିଲା । ଅତିଥି ଭାବେ ସ୍ତାନୀୟ ସରପଞ୍ଚ ବାଲିଙ୍କେଶ୍ୱର ମହାପାତ୍ର ଯୋଗଦେଇଥିଲେ । ରାତ୍ରରେ ସମୂହ ପ୍ରସାଦ ସେବନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି