Breaking News

ହନୁମାନ ମନ୍ଦିରରେ ରାମଚରିତ ମାନସ ପାରାୟଣ

ଅତାବିରା-- ବରଗଡ ଜିଲ୍ଲାର ଅତାବିରା ସରକାରୀଡାକ୍ତରକାନା ପରିସରରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ୫ ଦିନ ଧରି ଯଜ୍ଞ ଓ ରାମଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଉଛି । ୧୦ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ତଥା ପଣା ସଂକ୍ରାନ୍ତିରେ ପୁର୍ଣ୍ଣାହୂତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀରାମ ବାବାଙ୍କ ମଠ ପୋଖରୀ ତୁଠରେ ମହିଳା ମାନେ କଳସ ଘଟ ଉଠାଇଥିଲେ  । ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ଅଭିମନ୍ତ୍ରିତ କଳସ  ଯଜ୍ଞ ମଣ୍ଡପରେ ସ୍ଥାପିତ କରାଯିବା ପରେ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା  । ଆଜି ତଥା ୧୧ ତାରିଖରେ ସୀତା ବିବାହ, ୧୨ ତାରଖରେ ଭରତ ମିଳନ, ସୀତା ଚୋରି, ୧୩ ତାରିଖରେ ସୁନ୍ଦରା କାଣ୍ଡ, ରାବଣ ବଧ, କୁମ୍ଭକର୍ଣ୍ଣ ବଧ ପଣ୍ଡିତ ନିରଞ୍ଜନ ପାଣିଗ୍ରାହୀ ଜନସାଧାରଣଙ୍କୁ  ପ୍ରବଚନ ଦେବେ  । ୧୪ ତାରିଖରେ ତଥା  ପଣାସଂକ୍ରାନ୍ତି ଦିନ ରାମ ରାଜ୍ୟ ଭିଷେକ ଓ ହନୁମାନ ଜୟନ୍ତ୍ରୀ ପାଳନ କରାଯିବ  ।
ବରଗଡରୁ ନବୀନ ଦାଶ

Blog Archive

Popular Posts