Breaking News

ଭୋଟରଙ୍କ ଅପେକ୍ଷାରେ ୧୦୯ଟି ମତଦାନ କେନ୍ଦ୍ର

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକରେ ଥିବା ୧୦୯ ଟି ମତଦାନ କେନ୍ଦ୍ର ଭୋଟରଙ୍କ ଅପେକ୍ଷାରେ ରହିଛି  । ସାଧାରଣ ନିର୍ବାଚନ ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ  ପ୍ରସ୍ତୁତି ଶେଷ ହୋଇଯାଇଛି । ପ୍ରଶାସନ ପକ୍ଷରୁ ସେକ୍ଟର ଅଫିସର ମାନେ ଓ ପୋଲିସ ପକ୍ଷରୁ ସ୍ୱତନ୍ତ ସ୍କ୍ାର୍ଡ ବୁଥ ଗୁଡିକ ବୁଲିକି ସୁବିଧା ଓ ଅସୁବିଧା ସମ୍ପର୍କେ ପଚାରି ବୁଝିଛନ୍ତି । ବୁଥ ଠାରୁ ୧୦୦ ମିଟର ଦୁରରେ କୌଣସି ପୋଷ୍ଟର ବ୍ୟାନର ନ ମାରିବା ପାଇଁ କୁହାଯାଇଛି  । ଭୋଟରଙ୍କୁ ଭୟଭୀତ ବା ପ୍ରଭାବିତ କରି ପାରିବେ ନାହିଁ  । ସେହିପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରସୋର ଉଦ୍ଦ୍ୟମ ଜାରି ରହଇଛି । ସତ୍ୟବାଦ ବ୍ଳ୍କରେ ୧୦୯ ମତଦାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୧୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଥିବା ଜିପିଓ ମଣ୍ଟୁ ସ୍ୱାଇଁଙ୍କ ଠାରୁ ପ୍ରକାଶ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts