Breaking News

ବାଟମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଓ ଶ୍ରୀରାମ ତାରକ ମହାଯଜ୍ଞର ପୂର୍ଣ୍ଣାହୁତି

ସାକ୍ଷୀଗୋପାଳ -----ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ  ବ୍ଲକଛକ ସ୍ଥିତ  ବାଟ ମହାବୀର ମନ୍ଦିରରେ ପୂଜିତ ପୁରାତନ ମହାବୀର ବିଗ୍ରହଙ୍କୁ ବିସର୍ଜନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ  ଶ୍ରୀରାମ ତାରକ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର ପୂର୍ଣ୍ଣାହୁତି ହୋଇଯାଇଛି । ମଙ୍ଗଳବାର ଯଜ୍ଞର ଅଙ୍କୁରାରୋପଣ, ଅଧିବାସ ବୁଧବାର ଜଳଯାତ୍ରା, ଗର୍ଭଧାନ, କର୍ମାରମ୍ଭ, ବ୍ରାହ୍ମଣବରଣ, ଆହୁତି ଆରମ୍ଭ ହୋଇଥିବା ବେଳେ ଗୁରୁବାର ସୂର୍ଯ୍ୟପୂଜା, ମଣ୍ଡପପୂଜା, ସ୍ନାନ, ଶୟନ, ଆଳତୀ,ପୁଷ୍ପାଞ୍ଜଳୀ ଅନୁଷ୍ଠିତ ହୋଇଥିଲା  । ଶୁକ୍ରବାର ସୂର୍ଯ୍ୟପୂଜା, ଗୋ ପୂଜା, ଶୟନ, ଗୀତାରେ ଆହୂତି, ଆଳତୀ, ପୁଷ୍ପାଞ୍ଜଳୀ, ଶନିବାର ସୂର୍ଯ୍ୟପୂଜା, ଗୋ ପୂଜା, ଦେବତା ନ୍ୟାସ, ମୂଳ ମନ୍ତ୍ରରେ ଆହୂତି, ଆଳତୀ ଓ ପୁଷ୍ପାଞ୍ଜଳୀ ଦିଆଯାଇଥିଲା  । ରବିବାର ଦିନ ତଥା ମହାବିଷ୍ଠୁବ ସଂକ୍ରାନ୍ତି ତଥା ମହାବିରିଙ୍କ ଜୟନ୍ତୀ ଅବସରରେ ସୂର୍ଯ୍ୟପୂଜା, ଗୋ ପୂଜା,ଚଣ୍ଡୀଙ୍କ ଆହୂତି, ପୂର୍ଣ୍ଣାହୂତି, ଆଳତୀ, ପୁଷ୍ପାଞ୍ଜଳୀ ଓ ଚରୁ ପ୍ରାସଦ ବଣ୍ଟନ ହୋଇଥିଲା  ।  ମଙ୍ଗଳ ଆଳତୀ ,ଅବକାଶ, ବେଶ, ସୂର୍ଯ୍ୟପୂଜା, ଋଦ୍ରାଭିଷେକ,ଚଣ୍ଡିପାଠ, ହନୁମାନ ·ଳିଶା ପାଠ, ଆହୁତି ଓ ନାମ ସଂକୀର୍ତ୍ତନ ରେ ପରିବେଷ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା । ଏହି ଯଜ୍ଞରେ ଆଚାର୍ଯ୍ୟ ଭାବେ ବିଚିତ୍ରାନନ୍ଦ ମିଶ୍ର, ମୁଖ୍ୟ ପୁରୋହିତ ଶିବ ନାରାୟଣ ମିଶ୍ର ସହଯୋଗୀ ପଣ୍ଡିତ ଜଟାଧାରୀ ମିଶ୍ର, ଚିତ୍ତ ରଂଜନ ଦାଶ, ଉପଦେଷ୍ଠା ରିଙ୍କୁନାଥ ଷଢ଼ଙ୍ଗୀ  , ମନ୍ଦିର ପୂଜକ ଲକ୍ଷ୍ମୀଧର କର ରହିଥିବା ବେଳେ ଯଜ୍ଞର କର୍ତ୍ତା ଦୁଳିରାମ ମହାପାତ୍ର, କର୍ତ୍ତି ତିଲୋତ୍ତମା ମହାପାତ୍ର କାର୍ଯ୍ୟ ସମାପନ୍ନ କରିଥିାଲେ  ।   ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପି ମାନଙ୍କ  ଦ୍ୱାରା   ଭଜନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ  ଓ ରାମ ନାଟକ ଅନୁଷ୍ଠିତ ହୋଇଥିଲା  । ପରେ ପରେ  ସମବେତ ପ୍ରସାଦ ସେବନ ପାଇଁ ବେଶ ଭିଡ ଲାଗିଥିଲା । ସେହିପରି  ବରାଳ  ମହାବୀର  ବାଇଁଶିବାଡି ହନୁମାନ ମନ୍ଦିର, ସାରଙ୍ଗଯୋଡି ହନୁମାନ ପୀଠ, ବିଦ୍ୟାଧରପୁର ମହାବୀର ମନ୍ଦିର , ସୁଆଣ୍ଡୋର ସଙ୍କଟମୋଚନ,ବାସୁଦେଇପୁର ବାଟ ହନୁମାନ, ସାକ୍ଷୀଗୋପାଳର  ଅଲଗଡ ମହାବୀର, ମଶାଣିଆ ମହାବୀର, ଜାଗା ମହାବୀର, ସଙ୍କଟ ମୋଚନ ଗଛ ମହାବୀରଙ୍କ ନିକଟରେ ହନୁମାନ ଜୟନ୍ତୀ ଅବସରରେ ପୂଜାର୍ଚ୍ଚନା ପାଇଁ ଗହଳି ଚହଳି ଲାଗିଥିଲା । ଘରେ ଘରେ ତୁଳସି ଚଉରା ରେ ବସୁନ୍ଧରା ବାନ୍ଧି ପଣା ଲାଗି କରାଯାଇଥିଲା ।ବିଭିନ୍ନ ଶୈବପୀଠ ଗୁଡିକରେ ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି । ବଳପୁର ପଣ୍ଡା ସାହିର ସାଗରସ୍ନାନ ତୁଠରେ ନୂତନ ରାମ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ରବିବାର ହୋଇଯାଇଛି । ଏହି ପ୍ରତିଷ୍ଠା କର୍ମରେ ପଣ୍ଡିତ ଚିନ୍ତାମଣି ଦାଶ ଶର୍ମା , ନୃସିହ ନାଥ ନନ୍ଦ, ଲକ୍ଷ୍ମୀକାନ୍ତ ନନ୍ଦ, ଅକ୍ଷୟ କୁମାର ମିଶ୍ର ପ୍ରମୁଖ ସମ୍ପାଦନ କରିଥିଲେ  । ଏହି ଅବସରରେ ଗ୍ରାମରେ ଉତ୍ସବ ମୁଖର ହୋଇଥିବା ବେଳେ ସଂଧ୍ୟାରେ ସମୂହ ପ୍ରସାଦ ସେବନ କରାଯାଇଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts