ମହିଳା ଯୁକ୍ତ ଦୁଇ କଲେଜ ଫଳକରେ ରହିଗଲା ; ଇଟାଖଣ୍ଡେ ପଡିଲା ନାହିଁ
ଅତାବିରା--- ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଣ୍ଡିଚାଧାମ କାଠଡେରା ଠାରେ ମହିଳା କଲେଜ ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନୋହାଙ୍ଗିନୀ ଛୁରିଆ ୫ ସେପ୍ଟେମ୍ବର ୨୦୧୫ରେ ଶିଳାନ୍ୟାସ କରିଥିଲେ । ଏହା ମଧ୍ୟରେ ପ୍ରାୟ ସାଢ଼େ ତିନିବର୍ଷ ହୋଇଗଲାଣି ମାତ୍ର ଖଣ୍ଡେ ଇଟା ପଡିଲା ନାହିଁ । ଯାହାକି ସ୍ଥାନୀୟ ଲୋକ ମାନଙ୍କୁ ଭଣ୍ଡାଇ ଦେଲେ । ଅନ୍ୟ ପକ୍ଷେ ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଛନ୍ତି ବୋଲି କହୁଥିବା ବେଳେ ଏହା ହେଉଛି ପ୍ରଗତିପଥର ନମୁନା ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ କହୁଛନ୍ତି । ବିଶେଷ କରି ଶିକ୍ଷାର ଉନ୍ନତି ହେଲେ ମହିଳାଙ୍କ ଉନ୍ନତି ହେବ । ଏହି ଶିଳାନ୍ୟାସ ଫଳକରୁ ଅତାବିରା ନିର୍ବାଚନ ମଣ୍ଡଳୀ କେତେ ଆଗେଇଛି ତାହା ଜ୍ୱଳନ୍ତ ପ୍ରମାଣ ଠିଆ ହୋଇଛି ବୋଲି ବୁଦ୍ଧିଜିବୀ ମାନେ କହନ୍ତି । ଶିଳାନ୍ୟାସ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଭାରି ଖୁସି ହୋଇଯାଇଥିଲେ । ମାତ୍ର ତିନିବର୍ଷ ଫଳକକୁ ଅନେଇ ଅନେଇ ରହିଛନ୍ତି । ଯେଉଁ ବିଧାୟିକା ତିନିବର୍ଷ ତଳେ ଯୁକ୍ତ ଦୁଇ ମହିଳା କଲେଜ ପାଇଁ ଶିଳାନ୍ୟାସ କରି ସ୍ଥାନୀୟ ଭୋଟର ମାନଙ୍କୁ ଠକିଛନ୍ତି ଏବେ ପୁଣି ବିଧାୟିକା ପ୍ରାର୍ଥୀ ହୋଇଛନ୍ତି । ସେହି ଅଞ୍ଚଳକୁ ଭୋଟ ମାଗିବା ପାଇଁ ଯିବା ସମୟରେ ବିଶେଷ କରି ମହିଳା ମାନେ ସିଧାସଳଖ ଭାବେ ତାଙ୍କ ଠାରୁ ମୁହଁ ଫେରାଇ ନେବା ସହ କଲେଜ କୁଆଡେ ଗଲା ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଆମକୁ ଠକିବା କଥା ଆଉ ଚଲିବ ନାହିଁ ବୋଲି ପ୍ରଶ୍ନବାଣ କରୁଛନ୍ତି । ଅନ୍ୟପକ୍ଷେ ଆଗାମୀ ୧୮ ତାରିଖ ଦିନ ଏହି କଥାର ଜବାବ ବୁଥରେ ଦିଆଯିବ ବୋଲି ଯୁବ ଗୋଷ୍ଠୀ ସହିତ ମହିଳା ଭୋଟର ମାନେ କହୁଥିବା ଜଣାପଡିଛି । ଦେଖାଯାଉ ସ୍ଥାନୀୟ ଅଞ୍ଚଳବାସୀ ସେଇ ଠକାମୀ ଓ ମିଥ୍ୟା ପ୍ରତିଶ୍ରୁତିରେ ଫସୁଛନ୍ତି ନା ସଠିକ ଜବାବ ଦେଉଛନ୍ତି ତାହା ଦେଖିବା ପାଇଁ ଅପେକ୍ଷା ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ