Breaking News

ହତ୍ୟକାଣ୍ଡରେ ଜଡିତ ଅଭିଯୁକ୍ତ ଗିରଫ

ଡେଲାଙ୍ଗ  --- ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଡା ଗ୍ରାମରେ ୨୦୧୭ ମସିହା ରେ ପ୍ରସନ୍ନ ବୈରୀଗଞ୍ଜନଙ୍କୁ ହତ୍ୟା କରାଯାଇଥିଲା  । ତାଙ୍କ ସ୍ତୀଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନାରେ କେସରୁଜ କରାଯାଇଥିଲା  । ମାତ୍ର କେତଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅଧିକାଂଶ ଫେରାର ରହିଛନ୍ତି । ଆଜି ଉକ୍ତ କେସର ତାରିଖ ଥିବାରୁ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ର୍କୋଟକୁ ଆସିଥିଲେ  । ସେମାନଙ୍କୁ ଦେଖା କରିବା ପାଇଁ ହୃଷିକେଷ ବଳିୟାରସିଂହଙ୍କ ପୁତ୍ର ବିଭୁଦତ୍ତ ବଳିୟାରସିଂହ (୩୦) ପୁରୀ କୋର୍ଟକୁ ଯାଇଥିଲେ  । କୌଣସି ସୁତ୍ରରୁ ଖବର ପାଇ ଡେଲାଙ୍ଗ ପୋଲିସ ସେଠାରେ ଛପିକି ରହିଥିଲେ  । ବିଭୁଦତ୍ତ କୋର୍ଟରେ ଯୁବକ ମାନଙ୍କ ସହ ସାକ୍ଷତା କରିବା ସମୟରେ ପୋଲିସ ତାଙ୍କୁ ସେଠାରେ କାବୁ କରିନେଇଥିଲା  । ମଙ୍ଗଳବାର ଦିନ ବିଭିଦର୍ତ୍ତଙ୍କୁ କୋର୍ଟକୁ ପଠାଯିବ ବୋଲି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଜଂନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts