Breaking News

ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ ପାଇଁ ଦାବୀ

ସାକ୍ଷୀଗୋପାଳ ---- ପୁରୀ ଜିଲ୍ଳା ଅନ୍ତର୍ଗତ  ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ର୍ରପୁର ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି  । ଖରା ଆରମ୍ଭରୁ ଏଠାରେ ପାନୀୟ ଜଳ ସଙ୍କଟ ମାଡିଆସେ । ମହିଳା ମାନଙ୍କୁ ପିଇବା ପାଣି ପାଇଁ  ପାଖ ଗ୍ରାମକୁ ଯିବାକୁ ପଡୁଛି । ଏପରିକି ପାଖ ଗ୍ରାମର ମହିଳା ମାନେ ସେମାନେ ଆଗ ପାଣି ନେବା ପରେ ଏମାନଙ୍କୁ ପାଣି ଦେଇଥାନ୍ତି ବୋଲି କିଛି ମହିଳା ମାନେ କହନ୍ତି । ଏ ସମ୍ପର୍କରେ ମଧ୍ୟ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ବାରମ୍ବାର ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ  । ପଞ୍ଚାୟତର ୧ନଂ ୱାର୍ଡ, ଭୋଟର ପ୍ରାୟ  ୩୭୦ ପୁରୁଷ ମହିଳା ହେବେ  । ଏମାନଙ୍କ ପାଇଁ ୱାର୍ଡରେ ରହିଛି ଦୁଇଟି ନଳକୂପ । ଏହି ନଳକୂପରୁ ବହାରୁଛି ଲୁଣି ପାଣି । ଯାହାକି ପାନୀୟ ଜଳ ପାଇଁ ଅନୁପଯୋଗୀ । ଏପରିକି ଏହି ପାଣି ବାସନକୁସନରେ ରାତିରେ ରଖିଲେ ସକାଳକୁ ଦାଗ ହୋଇଯାଉଛି । ଏଣୁ ଗ୍ରାମବାସୀ ମାନେ ଏହି ପାଣିକୁ ଭୟରେ ବ୍ୟବହାର କରୁନାହାନ୍ତି । ଏବେ ମହିଳା ମାନେ ପାନୀୟ ଜଳ ଭାବରେ ଗ୍ରାମରେ ଥିବା ଗଡିଆ ପାଣିକୁ ବ୍ୟବହାର କରୁଛନ୍ତି । ଯେଉଁଠାରେ ଲୋକମାନେ ଗାଧୁଆ, ପାଧୁଅ. ଶୌଚ , ବାସନକୁସନ ମାଜିବା ସହ ଗାଇ ଗୋରୁ ଗାଧୋଉଛନ୍ତି ସେହି ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ଯାହାକି ପ୍ରତିବର୍ଷ ଉକ୍ତ ଗ୍ରାମରେ ହଇଜା ରୋଗ ଲାଗିଥାଏ ବୋଲି ନଜର ରହିଛି  । ଏହା ସହିତ ଗ୍ରାମବାସୀ ମାନେ ପାନୀୟ ଜଳ ଯୋଗୁ ବିଭିନ୍ନ ରୋଗରେ ପଡୁଛନ୍ତି ବୋଲି ପ୍ରମିଳା ମୁଦୁଲି, ପଞ୍ଚେଇ ମୁଦୁଲି, ଦୁଲାମଣି ମୁଦୁଲି, ସୁକାନ୍ତ ମୁଦୁଲି, ସୁମନ୍ତି ମୁଦୁଲିଦେବବ୍ରତ ମୁଦୁଲି, ସଞ୍ଜୟ ମୁଦୁଲି ପ୍ରମୁଖ କହନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗରେ ନଜର ଦେଇ  ଟ୍ୟାଙ୍କର ଯୋଗେ ପାନୀୟ ଜଳ ଗ୍ରାମକୁ  ଯୋଗାଇ ଦେବା ପାଇଁ ଦାବି କରିଛନ୍ତି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts