ସାକ୍ଷୀଗୋପାଳରେ ବିଭିନ୍ନ ରାମ ମନ୍ଦିରରେ ରାମନବମୀ ପାଳିତ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ରାମ ମନ୍ଦିରରେ ଶନିବାର ରାମ ନମବୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ଠାକୁରଙ୍କ ସ୍ନାନ, ମାର୍ଜନା, ନୂତନବସ୍ତ୍ର ପରିଧାନ ଆଦି ନୀତି କାନ୍ତି କରାଯାଇଥିଲା । ଜନ୍ମିବିଧି କର୍ମ ପରେ ହୋମ ଅନୁଷ୍ଠିତ ହୋଇଥିଲା । ଭକ୍ତ ମାନେ ଧୁପ, ଦ୍ୱୀପ , ଫୁଲ , ଚନ୍ଦନ ଆଦି ଦେଇ ଫଳମୂଳ , ଖଇ, କେରା, କଦଳୀ, ପଇଡ ଆଦି ମାହପ୍ରଭୁଙ୍କୁ ଭୋଗ ଲଗାଇଥିବାର ଦେଖାଯାଇଥିଲା । ସେହପରି ବ୍ଳକ ଛକ ସ୍ଥିତ ବାଟ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସହିତ ଯଜ୍ଞ ଅନୁଷ୍ଠିତ ହୋଇଛି । ବିଦ୍ୟାଧରପୁର ହନୁମାନ ମନ୍ଦିରରେ ରାମନବମୀ ପାଳନ ସହିତ ରାମଚରିତ ମାନସ ପାଠ କରାଯାଇଛି । ସତ୍ୟବାଦୀରେ ଥିବା ବିଭିନ୍ନ ରାମ ଓ ମହାବୀର ମନ୍ଦିର ମାନଙ୍କରେ ରାମନବମୀ ପର୍ବ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି