ଫୋନି ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ସାକ୍ଷୀଗୋପାଳ ---- ଦକ୍ଷିଣ - ପୁର୍ବ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଫୋନି’ ଏବେ ଓଡିଶା ଆଡକୁ ମୁହାଁଉଛିବା ସୁଚନା ମିଳିଛି । ଏ ନେଇ ପାଣିପାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏହାର ମୁକାବିଲା ପାଇଁ ଗଞ୍ଜାମ, ପୁରୀ ଓ କେନ୍ଦ୍ରପଡା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହି ତିନୋଟି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଆସିଛି । ବିଶେଷ କରି ଅତ୍ୟାବଶ୍ୟକ, ଖାଦ୍ୟ, ପାନୀୟଜଳ ଓ ଔଷଧ ମହଜୁଦ ରଖିବା କୁ କୁହାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି