Breaking News

ଚକ୍ରପଡାରେ କୁଟାଗଦା ଜଳିଗଲା

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଖଣ୍ଡୀ ପଞ୍ଚାୟତ ଚକ୍ରପଡା ଗ୍ରାମର ଅଭୟ ପରିଡାଙ୍କ ଖଳା ବାରିରେ ଥିବା  କୁଟାଗଦାରେ  ଅଗ୍ନିକାଣ୍ଡ ଘଟି ଯାଇଛି । ଗ୍ରାମରେ ସମସ୍ତେ ଭୋଟ ଦେବା ପାଇଁ  ବୁଥ ପାଖରେ ରହିଥିବା ବେଳେ ଏଣେ କୌଣସି କାରଣରୁ କୁଟା ଗଦାଟି ଜଳି ଉଠିଥିଲା  ।  ଲୋକମାନେ ଏହା ଦେଖି ହେ ହଲ୍ଲା କରିବା ସହ ସାକ୍ଷୀଗୋପାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ଅଧିକାରୀ ରୋହିତ  ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ଚାଷୀ ପରିବାର ଓ ଗ୍ରାମରେ ଲଗା ଲଗି ଘର ହୋଇଥିବାରୁ ସଠିକ ସମୟରେ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ଯୋଗୁ ବଡ ବିପଦରୁ ଗ୍ରାମବାସୀ ରକ୍ଷା ପାଇଗଲେ ବୋଲି  ଅମୂଲ୍ୟ ଜେନା ଓ ପ୍ରମୁଖ କହନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts