Breaking News

ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ

 ସାକ୍ଷୀଗୋପାଳ ----ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥିତ କେଶରୀ ନସିଂ ହୋମ ପରିସରରେ  ରବିବାର ମଧୁବାବୁଙ୍କ ୧୭୧ତମ ଜନ୍ମ ଜୟନ୍ତୀ ଦିବସ  ସହିତ ଆଇିନଜୀବୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପଜ୍ଜଳନ କରିଥିଲେ  । ତାପରେ  ବନ୍ଦେ ଉତ୍କଳ  ଜନନୀ ସଂଗୀତ ଗାନ କରାଯାଇଥିଲା  ।  ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ବିଭୁଧେନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ମଧୁବାବୁ ଶ୍ରୀ ଜଗନ୍ନାଥ ମନ୍ଦିର ମାମଲା ପରିଚାଳନା କରିବା ସହ  ଜୟଯୁକ୍ତ ହେଇ ଓଡିଆ ଜାତିର ଟେକ ରଖିଦେଇ ଯାଇଛନ୍ତି ଯାହାକି ସେ କୋଟ କୋଟି ଓଡିଆଙ୍କର ନମସ୍ୟ ଅଟନ୍ତି । ସେହିପରି ଆଇନସେବା କ୍ଷେତ୍ରରେ ଅତୁଳନୀୟ ପରିବର୍ତ୍ତନ କରିଥିଲେ  । ସେ ସମୟରେ ମହିଳାଙ୍କୁ ଆଇନ ପରିଚାଳନା ବା ଓକିଲାତି କରିବାକୁ ଅନୁମତି ନ ଥିଲା  । ତାହା ମଧୁବ।।ବୁ ପରିବର୍ତ୍ତନ କରିଥିଲେ  ବୋଲି ସେ କହିଥିଲେ  ।  ସଭାରେ ସତ୍ୟବାଦୀ ଆଇନଜୀବୀ ସଂଘର ସଭାପତି ପ୍ରଶାନ୍ତ କୁମାର ନନ୍ଦ  ଅଧ୍ୟକ୍ଷତା କରିଥିଲେ  । ସମ୍ମାନୀତ ଅତିଥି ଭାବେ ଗୋପବନ୍ଧୁଙ୍କ ଦାୟଦ ତଥା ସମାଜର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ହିଁ ପ୍ରଥମ ଓଡିଆ ଓକିଲ, ଓଡିଆ ଭାବରେ ପ୍ରଥମ ବିଦେଶଗସ୍ତ  , ଜାତୀୟ ସ୍ତରରେ ବଳିଷ୍ଠ ନେତୃତ୍ୱ ନେଇ ଓଡିଆ ଭାଷା ଓ ଜାତିକୁ ସର୍ବଭାରତୀୟ ସ୍ତରରେ ପରିଚିତ କରାଇଥିଲେ  । ଓଡିଆ ଜାତି ପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ  । ମାତ୍ର ଓଡିଆ ପାଇଁ ସବୁକିଛି କରିଥିଲେ  । ମାତ୍ର ଆଜି ପର୍ଯ୍ୟନ୍ତ ଓଡିଆରେ କୋର୍ଟ ରାୟ ପ୍ରକାଶ ପାଇନାହିଁ କି କୌଣସି ଓକିଲ ଓଡିଆରେ ଅର୍ଜି ଲେଖି କୋର୍ଟରେ ଦାଖଲ କରିନାହାନ୍ତି । ଯେଉଁ ଦିନ ଓଡିଆରେ ସମସ୍ତ ସରକାରୀ ବେ ସରକାରୀ କାର୍ଯ୍ୟାଳୟରେ ଓଡିଆରେ ଲେଖା ପ୍ରକାଶ ପାଇବ ସେଇଦିନ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓଡିଆ ଜାତି ଦେଲା ବୋଲି ଜଣାପଡିବ ବୋଲି ସେ କହିଥିଲେ  । ଅନ୍ୟ ତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ୟାମ ସୁନ୍ଦର ହୋତା ଓ ଆଇନଜୀବୀ ପୁଷ୍ପର ମହାପାତ୍ର, ପୁରୀ ଆଇନଜୀବୀ ସଂଘର ପୂର୍ବତନ ସଭାପତି ବିଜୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ମଧୁବାବୁ ଏପରି ଏକ ବ୍ୟକ୍ତତ୍ୱ ଥିଲେ ତାଙ୍କ ବିସୟରେ ଯେତେ କହିଲେ ବା ଲେଖିଲେ କମ ହୋଇଥାଏ  ।   ଅନ୍ୟମାନଙ୍କ ମଧ୍ୟରେ ପୁରୀ ଆଇନଜୀବୀ ସଂଘର ବରିଷ୍ଠ ସଭ୍ୟ ପ୍ରଫୁଲ ମହାପାତ୍ର, ଆଇନଜୀବୀ ଅଞ୍ଜନ କୁମାର ହୋତା, ଅମ୍ବିକା ଶଙ୍କର ମହାପାତ୍ର, ଟୁଲୁ ସାମନ୍ତରାୟ, ବିଧୁ ପ୍ରସାଦ ମହାନ୍ତି ପ୍ରମୁଖ ଆଇନଜୀବୀ ମାନେ ମଧୁବାବୁଙ୍କ ସ୍ୃୁତି ଚାରଣ କରିଥିଲେ  । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ରଥ  ବିବରଣୀ ପାଠ କରିଥିଲେ  । ଏହି ଅବସରରେ ଆଇନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେବେନ୍ଦ୍ର ନାଥ ମିଶ୍ର, ଗୁଣ୍ଡିଚା ବରାଳ, ଚିତ୍ତରଞ୍ଜନ ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥିମାନେ ସମ୍ମାନୀତ କରିଥିଲେ  । ଶେଷରେ  ଆଇନଜୀବୀ ସଂଘର ଉପସଭାପତି ଭଗବାନ ରଥ ଧନ୍ୟବାଦ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts