ଡେଲାଙ୍ଗରେ ବିଜେପି ଦଳ ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା
ଡେଲାଙ୍ଗ--- ଡେଲାଙ୍ଗରେ ବିଜେପି ଦଳ ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୁଧରେ ବିଭିନ୍ନ ମନ୍ତବ୍ୟ ଦେଇଥିଲେ । ବିଶେଷ କରି ଦେଶ ଓ ରାଜ୍ୟ ଚଳେଇବାକୁ ହେଲେ ଡବଲ ଇଞ୍ଜିନି ଦଳକାର ବୋଲି କହିଥିଲେ । ଅନ୍ୟ ପକ୍ଷେ ବେବିନା ଓ ଇତିଶ୍ରୀଙ୍କ ଘଟଣାକୁ ବିଜେପି ସରକାର ଆସିଲେ ସିବିଆଇ ତଦନ୍ତ କରାଯିବ, ୧୫ ବର୍ଷର ବାଳିକାଙ୍କୁ ବଳାତ୍କାର କରାଗଲେ ଅଭିଯୁକ୍ତଙ୍କୁ ମୃତୁଦଣ୍ଡ, ରାଜ୍ୟରେ ବିଜେପି ସରକାର କରିଲେ ପ୍ରଥମ ଅଧିବେଶନରେ ଗୁଣ୍ଡା ବିରୋଧ ଆଇନ ପ୍ରଣୟନ କରାଯାଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକ ମାନଙ୍କୁ ସାବାଡ କରାଯିବ ବୋଲି ସେ କହିଥିଲେ । ଏହା ସହିତ ବିଜେପିର ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବଦେନ କରିଥିଲେ । ଶନିବାର ଅପରାହ୍ନରେ ହେଲିପ୍ୟାଡରେ ଆସି ଡେଲାଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ପାଖ ପଡିଆରେ ଓହ୍ଳାଇଥିଲେ । ସେଠାରେ ଅପେକ୍ଷାରତ ସୁରଥ ପାଇକରାୟ, ଦୁର୍ଗାଚରଣ ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ମଟର ସାଇକେଲରେ ଶୋଭାଯାତ୍ରା କରି ଶ୍ରୀ ପ୍ରାଧାନଙ୍କୁ ସଭା ସ୍ଥଳକୁ ପାଛୋଟି ଆଣିଥିଲେ । ଡେଲାଙ୍ଗ ବଜାର ଦେଇ ବିଜେପି କର୍ମୀ ଆସିବା ସମୟରେ ରାଜ୍ୟ ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଡେଲାଙ୍ଗ- କଣାସ ରାସ୍ତାର ଡେଲାଙ୍ଗ କଲେଜ ନିକଟରେ ଥିବା ବାଣପୁର ମଠ ଠାରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲାର ବିଜେପି ଉପସଭାପତି ଜନ୍ମଜୟ ଜେନା ଅତିଥି ପରିଚୟ ଓସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ସ୍ୱାଇଁ, ଅଜୟ କୁମାର ରାଉତରାୟ, ପୁରୀ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, ମଣ୍ଡଳ ସଭାପତି ଦୀଲିପ ଧାଉଡିଆ, ଶ୍ୱେତ କୁମାର ନାୟକ, ସଂଧାଶୁ ଶେଖର ପରିଡା, ଆରର୍ତ୍ତ ବନ୍ଦୁ ପୁଷ୍ଠି, ପମୋଦ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏସଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଜଂନ ପଟ୍ଟନାୟକ ସଦଳବଳେ ସଭାସ୍ଥଳରେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି