ସାକ୍ଷୀଗୋପାଳରେ ରାଜସ୍ଥାନ ଓଟ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ମାନଙ୍କରେ ଘୁରି ବୁଲୁଛନ୍ତି ରାଜସ୍ଥାନରୁ ଆସିଥିବା ୪ଟି ଓଟ । ଏମାନେ ଗାଁକୁ ଗାଁ ବୁଲି ଓଟଙ୍କ ପାଇଁ ଟଙ୍କା, ପଇସା, ଖାଇବା ପଦାର୍ଥ ଆଦାୟ କରୁଥିବାର ଦେଖାଯାଇଛି । କିଛି ଳବର୍ଷ ପୂର୍ବେ ଆସାମ ଅଞ୍ଚଳରୁ ହାତୀ ଆସୁଥିଲେ । ସେମାନେ ଗାଁକୁ ଗାଁବୁଲି ପଇସା ମାଗିବା ସହ ରଥଯାତ୍ରା ପର୍ଯ୍ୟନ୍ତ ଏଠାରେ ରହୁଥିଲେ । ତାପରେ ଫେରିଯାଉଥିଲେ । ଏବେ ହାତୀ ମାନଙ୍କ ବଦଳରେ ଓଟ ଦେଖିବାକୁ ମିଳୁଛି । ଯୁବକ ଯୁବତୀ ମାନେ ଓଟ ମାଲିକ ମାନଙ୍କୁ କିଛି ପଇସା ଦେଇ ଓଟ ଉପରେ ବସିବା ଓ ପାଖରେ ଡିଆ ହୋଇ ସେଲଫି ନେବାକୁ ସୁଯୋଗ ହାତଛଡା କରୁନଥିବା ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି