Breaking News

ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ; ଦମଦାର ଦେଖାଇଲେ ଉମା ସାମନ୍ତରାୟ



ସାକ୍ଷୀଗୋପାଳ ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ କରିଛନ୍ତି । ଏଥିରେ ବିଧାୟକ ତଥା ବିଜେଡି ଦଳର  ବିଧାନସଭା ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ନିଜର ଦମଦାର ଦେଖାଇଛନ୍ତି । ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ମାନେ ହାତରେ ଶଙ୍ଖ ପତକା ଧରି ନବୀନ ପଟ୍ଟନାୟକ ଜିନ୍ଦାବଦ, ଉମା ସାମନ୍ତରାୟ ଜିନ୍ଦାବାଦ, ବିଜେଡି ଜିନ୍ଦାବଦ, ପିନାକୀ ମିଶ୍ର ଜିନ୍ଦାବାଦ ଧ୍ୱନି ଦେଇ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ବାଟ ଶଙ୍ଖ, ହୁଳହୁଳି, ବାଜା, ବାଣ ଫୁଟାଇ ପାଛୋଟି ନେଇଥିଲେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ ମଧ୍ୟରେ ଥାଇ ରାସ୍ତା କରରେ ଅପେକ୍ଷା କରିଥିବା ହଜାର ଜହାର ଜନସାଧାରଣଙ୍କୁ ହାତ ହଲାଇ ସ୍ୱାଗତ କରିଥିଲେ  ।  ମୁଖ୍ୟମନ୍ତ୍ରୀ  ପୁରୀରୁ ରୋଡ ଶୋ ସାରି ସାକ୍ଷୀଗୋପାଳଠାରେ ପହଞ୍ଚିବା ପରେ ସେଠାରେ ଅପେକ୍ଷାରତ ଜନତାଙ୍କୁ ହାତ ହଲାଇ ସ୍ୱାଗତ ଜଣାଇଥିଲେ  । ଏକ ଖୋଲା ଜିପିରେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଶ୍ରୀ ଉମାକାନ୍ତ ସମାନ୍ତରାୟ ଓ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଙ୍କ ସହିତ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଜେଡି ଦଳର ସଭାପତି ପ୍ରମୋଦ କୁମାର ରାଉତରାୟ, ବିଜେଡି ଜିଲ୍ଲା ସମ୍ପାଦକ ତଥା ସତ୍ୟବାଦୀ ଆଇନଜିବୀ ସଂଘର ସଭାପତି ପ୍ରଶାନ୍ତ କୁମାର ନନ୍ଦ ଓ ବିଜେଡି ମହିଳା ନେତ୍ରୀଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏହି ରୋଡ ଶୋରେ ସାମିଲ ହୋଇଥିବାର ଦେଖାଯାଇଥିଲା  । ମୁଖ୍ୟମନ୍ତ୍ରୀ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ହଜାର ହଜାର ଜନତାଙ୍କ ଉଦ୍ଦ୍ୟେଶରେ ଉଦ୍ବୋଧନ ଦେଇ କହିଥିଲେ ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଓଡିଶାର ସେବା କରି ଚାଲିଥିବି ବୋଲି କହିବା ସହ ବିଜେଡି ଦଳର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଜଣସାଧାରଣଙ୍କୁ ନିବେଦନ କରିଥିଲେ  । ମନ୍ଦିର ବାଇ ପାସ ଦେଇ କଲେଜ ଛକ ଜାତୀୟ ରାଜପଥରେ ବିଜେଡି କର୍ମୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟନାୟିକିଆ ଛକ ଠାରେ ମେଲାଣି ଦେଇଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts