ଗୋଟିଏ ପରିବାରର୪ଜଣଙ୍କୁ ମାରିଲା ଦନ୍ତାହାତୀ
ତାଳଚେର---- ତାଳଚେର ପୌରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍, ସାରଥୀ ସହର ଓ ଅନୀତା ସହର । ଏମାନେ ଏକ ଆଦିବାସି ପରିବାର ଅଟନ୍ତି । ଗ୍ରାମ ମୁଣ୍ଡରେ ଏକ କୁଡିଆ କରି ରହିଥିଲେ । ଏମାନଙ୍କୁ ଦନ୍ତା ହାତୀଟି ଦଳି ଦେଇଥିବାର ଜଣାପଡିଛି । ସେହିପରି ତାଳଚେର ବ୍ଳକ ସନ୍ଥପଡା ଗ୍ରାମର ଭ୍ରବରବର ସାମଲ (୭୦)ଏହି ଦନ୍ତା ହାତୀ ଗୁରୁବାର ରାତିରେ ମାରି ଖଣ୍ଡ ବିଖଣ୍ଡ କରି ଦେଇଛି । ସେଠାରୁ ଆସି ଏଠାରେ ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ଏଣୁ ସନ୍ଥପଡାର ଗ୍ରାମବାସୀ ସାମଲଙ୍କ ମୃତ୍ୟୁ ଦେହକୁ ଅଟକ ରଖି ତୁରନ୍ତ କ୍ଷତିପୂରଣ ଦାବି ସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଓ ଦନ୍ତା ହାତୀକୁ ଏଠାରୁ ଘଉଡାଇବା ଆଦି ଦାବୀରେ ଶବ ଗ୍ରାମ ଦାଣ୍ଡରେ ରଖିଛନ୍ତି । ଏହାକୁ ନେଇ ଗ୍ରାମରେ ଚାପ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମରେ ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଗ୍ରାମବାସୀ ମାନଙ୍କ ସହ ଆଲେଚନା ଜାରି ରହିଛି ।
ସ୍ୱତନ୍ତ ରିର୍ପୋଟ ଧୀରେନ୍ଦ୍ର ସେନାପତି
ସ୍ୱତନ୍ତ ରିର୍ପୋଟ ଧୀରେନ୍ଦ୍ର ସେନାପତି