Breaking News

ଜୁଆ ଖେଳରୁ ଦାଦା ବଟି ଆଦାୟକୁ ବାରଣ କରିବାରୁ ହତ୍ୟା

 ଅତାବିରା--- ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀର ଚାରପାଣି ଗ୍ରାମରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ପର୍ବ ଚାଲିଥିଲା  । ଶେଷ ଦିନରେ ବା ଯଜ୍ଞର ପୂର୍ଣ୍ଣାହୂତି ଦିନ ଏକ ହତ୍ୟାକାଣ୍ଡ ଘଟିଯାଇଛି  । ସୁଚନାଯୋଗ୍ୟ ଯେ ଏହି ଅବସରରେ ମନ୍ଦିର ପାଖରେ ଏକ ମିନା ବଜାର ଖୋଲିଥିଲା । ସେଠାରେ ପ୍ରଶାସନିକ ଜ୍ଞାତ ସାରରେ ଖୋଲୁମ ଖୋଲା ଭାବରେ ଜୁଆ, ସଟ୍ଟା ବଜାର ଚାଲିଛି । ରିବିବାର ଦିନ ଚାରପାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ମହାବୀର ସାହୁ ଜୁଆ ଖେଳରୁ ଦାଦା ବଟି ମାଗିଥିଲେ  । ମାତ୍ର ଜୁଆ ଖେଳ କରୁଥିବା ଯୁବକ ମାନେ ବେପାର ହୋଇନି ପଇସା ଦେବାକୁ ଅମଙ୍ଗ ହୋଇଥିଲେ  । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା  । ପାଟିତୁଣ୍ଡ ଜାଣି ଯଜ୍ଞ କମିଟି ସେଠାରେ ପହଞ୍ଚି ମହାବୀରଙ୍କୁ ବୁଝାସୁଝା କରିଥିଲେ  । ମାତ୍ର ସେମାନଙ୍କ ସହିତ ମହାବୀର ପାଟିତୁଣ୍ଡ କରିଥିଲା  । ଏହି ସମୟରେ ସେହି ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ସହିତ ବଟି ଆଦାୟକୁ ନେଇ ଯୁକ୍ତିତର୍କ ହୋଇଥିଲା  । ରାଗରେ ମହାବୀର ପାଖରେ ରଖିଥିବା ଏକ ଗୁପ୍ତି ସାହାର୍ଯ୍ୟରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲା  । ଯାହା ଫଳରେକି ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା  । ଏହି ଖବର ଗ୍ରାମରେ ପହଞ୍ଚିବା କ୍ଷଣି ଶହ ଶହ ମହିଳା ପୁରଷ ଏକାଠି ହୋଇ ଶବ ନେଇ ବିଜେପୁର ଥାନା ଆଗରେ ଶବ ରଖି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଆନ୍ଦୋଳନ କାରୀଙ୍କୁ ଦେବା ଓ ମୃତ୍ୟୁକଙ୍କ ପରିବାରକୁ କ୍ଷତିପୁରଣ ଦେବାକୁ ଦାବି କରିଥିଲେ  । ଥାନା ଆଗରେ ଉତ୍ତେଜନା ଲାଗିଥିଲା  । ସେପରି କୌଣସି ସୁଫଳ ନ ମିଳିବାରୁ ଉତ୍ତେଜିତ ଲୋକମାନେ ଶବ ନେଇ ବରଗଡ- ବିଜେପୁର ରାସ୍ତା ଉପରେ ବସି ରହିଥିଲେ  । ଖବର ପାଇ ପଦ୍ମପୁର ଥାନା ଆଇଆଇସି ସଦାନନ୍ଦ ପୁଜାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କ ସହ ଆଲେଚନା କରିବା ସହ ସେମାନଙ୍କୁ ପ୍ରତିଶ୍ରୁତି ଦେବାପରେ ଶବ ବ୍ୟବଛେଦ ନିମନ୍ତେ ନିଆଯାଇଥିଲା  ।  ଅନ୍ୟ ପକ୍ଷେ ଏହି ବିଜେପୁର ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି । ବରଗଡ ଜିଲ୍ଲାରେ ମଦ ସାଙ୍କୁ  ଜୁଆ ଖେଳ ଦିନ ଦ୍ୱିପହରେ ରାସ୍ତା, ଘାଟ, ବସଷ୍ଟାଣ୍ଡ ଓ ଛକ ସହିତ ଯାନିଯାତ୍ର ମାନଙ୍କରେ ଜୁଆ ଖେଳ ସହିତ ମଦ ବିକ୍ରୟ ହୋଉଛି । ଏହି ଜୁଆ ଖେଳି ଲୋକମାନେ ସର୍ବସ୍ୱ ହରାଇ ବସିଛନ୍ତି । ତୁରନ୍ତ ଜିଲ୍ଲାପାଳ ଓ ଏସପି ଏଠାରେ ଚାଲିଥିବା ବେଆଇନ ମଦ ଭାଟି ଓ ଜୁଆଖେଳକୁ ତୁରନ୍ତ ବନ୍ଦ କରିବା ପାଇଁ ଜଣସାଧାଣରେ ଦାବି ହୋଉଛି  ।
ବରଗଡରୁ ନବୀନ କୁମାର ଦାଶ

Blog Archive

Popular Posts