ସାକ୍ଷୀଗୋପାଳ ------ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ୩୨ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ନିଜର ଶତାଧିକ ଦଳୀୟ ସମର୍ଥକଙ୍କ ସହ ମଟର ସାଇକେଲ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରିଥିବାର ଦେଖାଯାଇଛି । ବିଶେଷ କରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ଲୋକ ମାନଙ୍କୁ କହିଥିଲେ । ଅଧୁରା ରହିଥିବା କାମକୁ ଶେଷ କରିବା ପାଇଁ ଆଉଥରେ ସୁଯୋଗ ଦେବାକୁ ସେ ନିବଦେନ କରିଥିଲେ । ଓଡିଶା ପ୍ରତି କେନ୍ଦ୍ର ସରକାର ବୈମାତୃକି ମନୋଭାବ ସମ୍ପର୍କେ ଲୋକମାନଙ୍କୁ ସଚେତନତା କରାଇଥିଲେ । ନିର୍ବାଚନ ଆସିଲେ କେନ୍ଦ୍ରର ମନ୍ତ୍ରୀ ମାନେ ଓଡିଶା ଗସ୍ତ କରି ମିଛ ପ୍ରତିଶ୍ରୁତି ଦେଇଥାନ୍ତି ବୋଲି ଶ୍ରୀ ସମାନ୍ତରାୟ କହିଥିଲେ । ୩୨ ନଂ ଜିଲ୍ଲା ପରିଷଦ ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀଙ୍କ ନେତ୍ୃତ୍ୱରେ ସାକ୍ଷୀଗୋପାଳ ମନ୍ଦିର ଠାରୁ ଏକ ମଟର ସାଇକେଲ ର୍ୟାଲି ବାହାରି ସାକ୍ଷୀଗୋପାଳ ବଜାର ଦେଇ ପେଣ୍ଠପଡା, ଜୟପୁର, କାଦୁଆ, ବିଶ୍ୱନାଥପୁର, ଦୁଗଲ, ମୁଳଅଳସା, ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲେ । ଏହି ନିର୍ବାଚନ ପ୍ରଚାର ଯିବା ସମୟରେ ବିଭିନ୍ନ ଗ୍ରାମ ମାନଙ୍କରେ ମହିଳା, ଯୁବକ ମାନେ ଶ୍ରୀ ସାମନ୍ତରାଙ୍କୁ ଫୁଳମାଳ ଦେଇ ସ୍ୱାଗତ କରିଥିବାର ଦେଖା ଯାଇଥିଲା । ଏଥିରୁ ପ୍ରମାଣ ମିଳୁଛି ଯେ ବିଜେଡି ଦଳ ପ୍ରତି ସତ୍ୟବାଦୀରେ ନୂତନ ଭୋଟର ଯୁବକ, ଯୁବତୀ ମାନଙ୍କ ସହ ସମର୍ଥନ ବୃଦ୍ଧି ପାଉଥିବାର ଦେଖାଯାଇଛି । ଗ୍ରାମ ଗୁଡିକରେ ମହିଳା ମାନେ ଶ୍ରୀ ସମାନ୍ତରାୟଙ୍କୁ ଫୁଲ ଚନ୍ଦନଦେଇ ସ୍ୱାଗତ କରିବା ସହ ତାଙ୍କ ସହିତ ଘରକୁ ଘର ବୁଲି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ସତ୍ୟବାଦୀ ବ୍ଳକର ବିଜେଡି ଦଳର ସଭାପତି ପ୍ରମୋଦ କୁମାର ରାଉତରାୟ, ଯୁବ ସଂଗଠକ ସୁନୀଲ କୁମାର ପଣ୍ଡା, ସୁବାଷ ପ୍ରଧାନ, ରାମ ମହାନ୍ତିଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚରୟତର ସରପଞ୍ଚ , ସମିତିସଭ୍ୟ ସଭ୍ୟା ଓ ସହସ୍ରାଧିକ ବିଜେଡି କର୍ମୀ ର୍ୟାଲିରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି