Breaking News

ସରକାରଙ୍କ ରକ୍ଷିତ ଜମିରେ ବିଦ୍ୟାଳୟ ଗୃହ ନିର୍ମାଣକୁ ବିରୋଧ କଲେ ଆଇନଜୀବୀ

ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକରେ ଗୋଟିଏ ନାମରେ ଦୁଇଟି ବିଦ୍ୟାରଳୟ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଏବେ ଚର୍ଚ୍ଚାର ବିସୟ ବସ୍ତୁ ହୋଇପଡିଛି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନାମରେ ଏବେ ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ପୁରୀ ଆରଡି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି । ମାତ୍ର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ ନ ହୋଇ ଜୟପୁର ଠାରେ ଥିବା ସତ୍ୟବାଦୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରାଯାଉଥିବା ଜଣାପଡିଛି ।  ସେହିପରି ସତ୍ୟବାଦୀ ତହସିଲ ଅଧିନରେ ଥିବା ଜୟପୁର ମୌଜରା ରକ୍ଷିତ ଖାତା ଉପରେ ବେଆଇନ ଭାବରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସତ୍ୟବାଦୀ ଗଡି ଉଠିଛି ବୋଲି ଆଇନଜୀବୀ ବିନାୟକ ପ୍ରସାଦ ମହାନ୍ତି ପ୍ରିନିସିପାଲ ସେକ୍ରେଟାରୀ ମାସ ଏଜୁକେସନ ଭୁବନେଶ୍ୱର ଓ ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।  ସୁଚନାଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟଟି  ଜୟପୁର ସ୍କୁଲ ଭାବରେ ସାକ୍ଷୀଗୋପାଳରେ ପରିଚିତ । ଏହା ସାକ୍ଷୀଗୋପାଳ ଡାକ୍ତରଖାନା ଓ ବସଷ୍ଟାଣ୍ଡ ଛକକୁ ଲାଗିକି ରହିଛି । ଯାହା ଫଳରେକି ସାକ୍ଷୀଗୋପାଳ ମନ୍ଦିରକୁ ଆସିବା ଓ ସାକ୍ଷୀଗୋପାଳ ବଜାର ପ୍ରବେଶ ପଥରେ ଘୋର ବ୍ୟାଘତ ସୃଷ୍ଟି ହୋଉଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି ଉକ୍ତ ବିଦ୍ୟାଳୟଟି ସରକାରୀ ରକ୍ଷିତ ଖାତାରେ ରହିଛି । ଏହା ସହିତ ବିଦ୍ୟାଳୟଟି ଅପ୍ରଗେଡ ହୋଇ ଉଚ୍ଚ ବିଦ୍ୟାଳୟରେ ପରିଣତି ହୋଇଛି । ସରକାରଙ୍କ ନିୟମ ଅନୁସାରେ ଏକ କିଲୋମିଟର ମଧ୍ୟରେ ଉଚ୍ଚ ବିଦ୍ୟାଳୟ ଥିଲେ ସେଠାରେ ଉଚ୍ଚ ବିଦ୍ୟାଳୟ ହେବାକୁ ଅନୁମତି ପ୍ରଦାନ ହୋଇ ପାରିବ ନାହିଁ  । ମାତ୍ର ସାକ୍ଷୀଗୋପାଳର ପୁରାତନ ବିଦ୍ୟାଳୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ବା ବନବିଦ୍ୟାଳୟ ଥିଲେ ମଧ୍ୟ ଉକ୍ତ ବିଦ୍ୟାଳୟକୁ ଅନୁମତି କିପରି ମିଳିଛି ତାହା ଏବେ ଜଣସାଧାରଣରେ ଆଲେଚନାର ବିସୟ ହୋଇଛି । ସେହିପରି ଏହି ନୂତନ ବିଦ୍ୟାଳୟ ପାଇଁ ସରକାରୀ ସ୍ତରରେ ଆରଡି ବିଭାଗ ପକ୍ଷରୁ ନୂତନ ଘର ପାଇଁ ଅର୍ଥ ମଞ୍ଜୁର କରାଯାଇଥିବାର ଜଣାପଡିଛି । ଏହି ଅର୍ଥ କିପରି ସରକାରୀ ପ୍ଳଟରେ କରାଯାଉଛି । ବିଦ୍ୟାଳୟ ନାମରେ କୌଣସି ଜମି ନଥିବା ବେଳେ ଏହି ବିଦ୍ୟାଳୟକୁ କିପରି ଅର୍ଥ ମଞ୍ଜୁର କରାଯାଇଛି ତାହା ପ୍ରଶ୍ନବାଚୀ ହୋଇପଡିଛି  । ତୁରନ୍ତ ପୁରୀ ଜିଲ୍ଲାପାଳ ଓ ସାକ୍ଷୀଗୋପାଳ ତହସିଲଦାର ଉକ୍ତ ଜମି ଉଦ୍ଦାର କରିବା ସହ ରାସ୍ତା ଅବରୋଧ କରୁଥିବା ବିଦ୍ୟାଳୟ ପାଚେରୀ ଓ ଡାକ୍ତରଖାନା ପାଚେରୀ ହଟାଇବା ପାଇଁ ସତ୍ୟବାଦୀ ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts