ସାକ୍ଷୀଗୋପାଳ ----- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଶେଷ ଦିନରେ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ଓ ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ତାଙ୍କର ଶତାଧିକ କଂଗ୍ରେସ କର୍ମୀ ମାନଙ୍କ ସହ ରୋଡ ଶୋ କରିବା ସହିତ ନିଜ ସପକ୍ଷରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିବାର ଦେଖାଯାଇଥିଲା । ଏଠାରେ ମଙ୍ଗଳବାର ନିର୍ବାଚନ ହୋଉଥିବାରୁ ଆଜି ପ୍ରଚାର ଶେଷ ଦିବସ । ଏଣୁ କଂଗ୍ରେସ ଦଳ ଶେଷ ଦିନରେ ତାର ରୋଡ ଶୋକୁ ଜୋରଦାର କରିଥିଲା । ସତ୍ୟବାଦୀ ବକୁଳବନ ଠାରୁ ଶତାଧିକ ମଟର ସାଇକେଲ ର୍ୟାଲିରେ ବଜାର ପରିକ୍ରମା କରିବା ସମୟରେ କେନ୍ଦ୍ର ଓ ବିଜେଡି ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀ ମାନେ ଏକଜୁଟ ହୋଇ ପ୍ରସାଦ ହରିଚନ୍ଦନଙ୍କୁ ଜିତାଇବା ପାଇଁ ଲାଗିପଡିଥିବା ଜଣାପଡିଛି । ମାତ୍ର କଂଗ୍ରେସ ଦଳ ଏ ପର୍ଯ୍ୟନ୍ତ କୌଣସି ହେବିୱାଟେ ନେତାଙ୍କୁ ଆଣି ପ୍ରଚାରରେ ସାମିଲ କରିପାରିନ ଥିଲେ ମଧ୍ୟବି ତାର ଚିରାଚରିତ ଢ଼ଙ୍ଗରେ ନିର୍ବାଚନ ଗୋଟି ପ୍ରସାଦ ହରିଚନ୍ଦନ ଚାଳଇଛନ୍ତି । ଆଜି ସତ୍ୟବାଦୀ ବକୁଳବନରୁ ବାହାରି ସାକ୍ଷୀଗୋପାଳ ବଜାର ଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତର ଗ୍ରାମକୁ ଗ୍ରାମ ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି