Breaking News

ରାଇଚକ୍ରଧରପୁର ଗ୍ରାମରେ ଅଶୋକାଷ୍ଟମୀ ଯାତ୍ରା

 ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଇଚକ୍ରଧରପୁର ଶାସନରେ ଶନିବାର ରାତିରେ ଅଶୋକାଷ୍ଟମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବର୍ଷ ବର୍ଷ ଧରି ଯାକଜମକରେ ଅନୁଷ୍ଠିତ  ହୋଇ ଆସୁଛି । ଯାତ୍ର ଉପଲକ୍ଷେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଲାଗିଥିଲା  ।  ଗ୍ରାମର ଇଷ୍ଟଦେବତା ଗୋପୀନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ବଁପାଳ ଗ୍ରାମର ଚନ୍ଦ୍ରଶେଖର ମହାଦେବଙ୍କୁ ନିମନ୍ତ୍ରଣ କରି ସାଙ୍ଗ ହୋଇ ଗ୍ରାମକୁ ଆସିଥିଲେ  । ଗ୍ରାମ ମୁଣ୍ଡରେ ରଖା ଯାଇଥିବା ସୁସଜିତ ରଥରେ ଇଷ୍ଟଦେବତା ଗୋପିନାଥଙ୍କ ସହ ସବୁଠାକୁର ବିଜେ କରିଥିଲେ  । ରଥାରୂଢ଼ ହେବାପରେ ବିଜୟ ଆଳତୀ କରାଯାଇ ରଥ ଟଣା ଆରମ୍ଭ ହୋଇଥିଲା  । ଗ୍ରାମ ମଝି ଭୋଗ ଦାଣ୍ଡରେ ରଥ ରହିବା ପରେ ଦିଅଁ ଖୁଣ୍ଠିଲାଗି ହୋଇଥିଲେ  । ଗ୍ରାମବାସୀ ମାନେ ଧାଡିରେ ରହି ମହାପ୍ରଭୁଙ୍କୁ ଭୋଗ ଲାଗି କରିଥିଲେ  । ଭୋଗରେ ସାକ୍ଷୀଗୋପାଳ ପ୍ରସିଦ୍ଧ ଚୁଡାଘଷା, କଦଳୀ ଚକଟା, ରସାବଳି, କ୍ଷୀରି, ପୁରୀ, କାକେରା, ଅମାଲୁ, ଖଇ. ଚୁଡାପୁଆ, ଆଦି  ଭୋଗ  ଠାକୁରଙ୍କ ପାଖରେ  ଲାଗିଥିଲା  । ପରେ ପରେ ଠାକୁରଙ୍କ ପାଖରେ ଗୋଟିପୁଅ ନୃତ୍ୟ ଓ ଆତସବାଜି ଫୁଟାଯାଇଥିଲା  ।  ରାତିରେ ରାଜନେତା ମାନଙ୍କର ଗ୍ରାମରେ ସମାଗମ ହୋଇଥିବାର ଦେଖାଯାଇଥିଲା  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts