Breaking News

ବିଦ୍ୟାଳୟ ବାରଣ୍ଡା ଭୋଟରଙ୍କ ସାହା ଭରଷା; ଅଧିକାରୀ ଖାଇଗଲେ ଅର୍ଥ

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଥନଂ୧୬୯ଭୋଟ କେନ୍ଦ୍ର କରାଯାଇଛି । ଏଠାରେ ୧୩୧୭ ଜଣ ମହିଳା ପୁରୁଷ ଭୋଟର ଆଜି ମତଦାନ କରିବେ । ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି ଯେ ପ୍ରତି ବୁଥରେ ପାନୀୟ ଜଳର ବ୍ୟବସ୍ଥା ଓ ରେଷ୍ଟସେଡ ନିହାତି ଭାବେ ରହିବ  । ମାତ୍ର ଏଠାରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ବେଖାତିରି କରାଯାଇଛି । ଖବର ଲେଖା ହେଲା ବେଳକୁ ସେଠାରେ କୌଣସି ବନ୍ଦୋବସ୍ଥ କରାଯାଇନାହିଁ  । ଭୋଟର ମାନେ ଧାଡିରେ ଖରାରେ ଠିଆ ହୋଇ ବିରକ୍ତି ପ୍ରକାଶ କରିବା ସହ ପାଣି ପାଉଛ କିଣିକି ପିଉଛନ୍ତି । ଏ ସମ୍ପକେରେ ଭୋଟର ବେନୁଧର ସାହୁ, ରମେଶ ଚନ୍ଦ୍ର ଭୋଇ, ପବନା ମହାପାତ୍ର ପ୍ରମୁଖ ବୁଥ ଦାୟତରେ ଥିବା ବ୍ଳକର ସହକାରୀ ଯନ୍ତୀ ଭାସ୍କର ପ୍ରସାଦ ଶତପଥୀ ଓ ଶମିଷ୍ଠା ସେଠୀଙ୍କୁ ପଚାରିବାରୁ ସେ କହନ୍ତି ସବୁ ଠିକା ଠାକ ଚାଲିଛି  । ବ୍ୟସ୍ତ ହୁଅନି ପାଣି ଆସିବ ରେଷ୍ଟସେଡ୍ ତିଆରି ହେବ । ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା  । ମାତ୍ର ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡିଛି । କୌଣସି ଅଘଟନ ନ ଘଠିବା ଆଗରୁ ତୁରନ୍ତ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନଜର ଦେବାକୁ ସଚେତନ ଭୋଟର ମାନଙ୍କ ପକ୍ଷରୁ ଦାବୀ ହୋଉଛି । ମାତ୍ର ଏ ସମ୍ପର୍କରେ ବୁଥ ଦାୟତ୍ୱରେ ଥିବା ଅଧିକାରୀ ମାନଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳତା ମିଳି ପାରିନଥିଲା  । ଅନ୍ୟ ପକ୍ଷେ ବୁଥ ପାଇଁ ଆସିଥିବା ଅର୍ଥ ଅଧିକାରୀ ମାନେ ଖାଇଗଲେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



Blog Archive

Popular Posts