Breaking News

ସାକ୍ଷିଗୋପିନାଥଙ୍କ ମୂଲ୍ୟବାନ ଜମି ଜବରଦଖଳରୁ ଉଚ୍ଛେଦ ହେବ

 ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ବଜାର ଓ ପେଣ୍ଠପଡା ମୌଜାର ଗୋପାଳପୁର ପାଟଣା ଅଧିନରେ ୨୧ ଗୋଟି ପ୍ଳଟରେ ଥିବା ସାକ୍ଷୀଗୋପିନାଥ ଦେବଙ୍କ ବହୁ ମୂଲ୍ୟବାନ ୭୫ ଡିସିମିଲି ଜମି  । ଆସନ୍ତା ଦୁଇ ତାରିଖ ଦିନ ସତ୍ୟବାଦୀ ତହସିଲଦାର ଜବରଦଖଲରୁ ଉଚ୍ଛେଦ କରାଯିବ ବୋଲି ଲଟକା ନୋଟିସ ଜାରି କରାଯାଇଛି । ସୁଚନାଯୋଗ୍ୟ ଯେ  ସାକ୍ଷୀଗୋପିନଥ ଦେବଙ୍କ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଅଭିଯୋଗ କ୍ରମେ  ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଛି । ଏଥିରେ ମୁରଲି ଧର ମୋଦି, କାଶୀ ପ୍ରସାଦ ମୋଦି, ସିତାରାମ ମୋଦି, ରାମ ଅବତାର ମୋଦି ଓ ରାମେଶ୍ୱର ଲାଲ ମୋଦି ଏମାନଙ୍କ ଅଧିନରେ ୨୧ ଗୋଟି ପ୍ଳଟରେ ଥିବା  ୭୫ ଡିସିମିଲି ଜମିକୁ ଜବରଦଖଲରେ ରଖିଥିବା ଜଣାପଡିଛି । ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୧୮/୪/୧୯ ରିଖରେ ଏକ ଲଟକା ଜାରି ନୋଟିସ କରାଯାଇଛି  । ଏଥିରେ ଉଲ୍ଲେଖ ରହିଛି ଯେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁସାରେ ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଉକ୍ତ ପ୍ଳଟରୁ ଦଖଲ ନ ଛାଡିଲେ ବା ଅଦାଲତଙ୍କ ନି୍େଦଶକୁ ଅବମାନନା କଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts