ବରଗଡ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାକୟ ବିଜେପି ସରକାରଙ୍କୁ ଟାର୍ଗେଟ କଲେ
ଅତାବିରା--- ବରଗଡ ଜିଲ୍ଲାର ଭେଡେନ ବ୍ଳକର ତାଲବ ଗ୍ରାମ ପଞ୍ଚାୟତର ବାନିପାଲି ଡାଲବ ହାଟପଦା ନିକଟସ୍ଥ ପଡିଆରେ ବିଜେଡିର ନିର୍ବାଚନୀ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ହଜାର ହଜାର ମହିଳା ,ପୁରଷ ଓ ଯୁବକ, ଯୁବତୀ ମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶଙ୍ଖ, ହୁଳହୁଳି, ହରିବୋଲ ପକାଇ ସ୍ୱାଗତ କରିଥିଲେ । ସେହିପିର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାକୟ ଉପସ୍ଥିତ ଥିବା ଜନସାଧାରଣଙ୍କୁ ହାତ ହଲାଇ ସ୍ୱାଗତ ଜଣାଇଥିଲେ । ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସିଧା ସଳଖ ଭାବେ ଟାର୍ଗେଟ କରିଥିଲେ । ଓଡିଶା ପ୍ରତି ବୈମାତୃିକ ମନୋଭାବ, ଚାଷୀ ଓ କୋଶଲି ଭାଷା ପ୍ରସଙ୍ଗ ପ୍ରତି କେନ୍ଦ୍ର, ଅଣଦେଖା କରିଛି ବୋଲି ସଭାରେ ହଜାର ଜହାର ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ସେହିପରି କାଳିଆ ଯୋଜନାରେ ଓଡିଶାର ୪୦ ଲକ୍ଷ ଚାଷୀ ମାନେ ଉପକୃତ ହୋଇଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ କରିଛି । ତଥାପି ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ରୋକି ପାରିବେ ନାହିଁ ବୋଲି କହିଥିଲେ । ବିଜେଡି ସରକାର ଏଥିର ଆସିବାର ପ୍ରଥମ ଦିନରେ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଚାଷୀଙ୍କ ଆକଉଣ୍ଟରେ ଜମା ହେବ ବୋଲି ଘୋଷଣା କରିଥିଲେ । ୨୦୧୪ ରେ ଧାନର ସହାୟକ ମୂଲ୍ୟ ଦାବୀ ପ୍ରସଙ୍ଗରେ କେନ୍ଦ୍ର ସରକାର ମୁହଁ ଖୋଲି ନାହାନ୍ତି । ସେହିପିର କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ଦେବାକୁ କେନ୍ଦ୍ର ପାଖରେ ଦାବୀ କରାଯାଇଥିଲା । ମାତ୍ର କେନ୍ଦ୍ର ବା ବିଜେପି ସରକାର ଉକ୍ତ ଦାବୀକୁ ଚାପି ରଖିଛନ୍ତି ବୋଲି କହିଥିଲେ । କେବଳ ନିର୍ବାଚନ ସମୟରେ କେନ୍ଦ୍ରର ଭାଜାପା ନେତା ମାନେ ଦୌଡି ଆସୁଛନ୍ତି ଓଡିଶାକୁ । ଏଠାକୁ ଆସି ବଡ ବଡ କଥା କହୁଥିବା କହିଛନ୍ତି । ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ୪ କୋଟି ଓଡିଆଙ୍କ ସେବା କରି ଚାଲିଥିବେ ବୋଲି କହିବା ସହ ବରଗଡ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ଅତାବିରା ବିଧାନସଭା ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବଦେନ କରିଥିଲେ । ଅନୁଷ୍ଠିତ ସଭାରେ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ମହାନଦୀ ଲଢ଼େଇ ସମ୍ପର୍କେ ଓ ଦେଶ ସ୍ୱାଧୀନତା ପରେ କାଳିଆ ଯୋଜନା ଚାଷୀଙ୍କ ପାଇଁ ସବୁଠାରୁ ବଡ ଯୋଜନା ବୋଲି କହିଥିଲେ । ଏହାକୁ କେହି ରୋକି ପାରିବେ ନାହିଁ , ସେହିପରି ଭେଡେନ ଓ ଅତାବିରା ବ୍ଳକ ସମେତ ସାରା ଜିଲ୍ଲା ଓ ରାଜ୍ୟର ବିକାଶଧାରାକୁ ବନ୍ଦ କରି ଦେଇ ପାରିବେ ନାହିଁ ବୋଲି କହିଥିଲେ । ସେହିପିର ବିଧାନସଭା ପ୍ରାର୍ଥିନୀ ସ୍ନେହାଙ୍ଗୀନି ଛୁରିଆ ଯୋଗଦେଇ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପକରିବା ସହିତ ନବୀନଙ୍କ ଯୋଜନା ରାଜ୍ୟକୁ ଏକ ବିକଶିତ ରାଷ୍ଟରେ ପରିଣତି କରି ପାରିଛି ବୋଲି କହିଥିଲେ ।
ବରଗଡରୁ ନବୀନ ଦାଶ
Sakhigopal News
Satyabadi News
Bargada Nabin Das