Breaking News

ଡେଲାଙ୍ଗରେ ୧୬ନଂ ଜୋନରେ ରୋଡଶୋ କଲା ବିଜେପି

ଡେଲାଙ୍ଗ  ୧୫ା୪ ( ସ୍ୱ.ପ୍ର) ଡେଲାଙ୍ଗ ବ୍ଳକର ୧୬ ନଂ ଜିଲ୍ଲାପରିଷଦ ଜୋନରେ ବିଜେପି ଦଳୀୟ ପ୍ରାର୍ଥୀ ଆଶ୍ରି୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଡେଲାଙ୍ଗ କୋଠବାଡ, ମୁନିଦା, କଲ୍ୟାଣପୁର, ସାଉରିଆ , ଘନିପୁର, ଅରିଶଲ, ଖେଲାଉର ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ  ଗ୍ରାମରେ ନିଜର ପ୍ରଚାର କରିଥିଲେ  । ରାଜ୍ୟୃ ସରକାରଙ୍କ ଅପରଗାତ ଓ  ଦୁର୍ନିୀତି ଖୋର ଶାସନ, କୃଷକ ମାରଣନୀତି, ସମବାୟ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ଆଦି ସମ୍ପର୍କେ ଲୋକମାନଙ୍କୁ କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ଓଡିଶାରେ କାର୍ଯ୍ୟ ନ କରାଇଦେବା ଆଦି ବିସୟରେ ଲୋକମାନଙ୍କୁ ବୁଝାଇଥିଲେ  । ଦୀଲିପ ଧାଉଡିଆ ଘୋରଡିଆ ମଣ୍ଡଳ ସଭାପତି , କାର୍ଯ୍ୟକାରୀ ସଭାପତି ଲଡୁକିଶୋର ରାୟ, ଲକ୍ଷ୍ମୀଧର ରାଉତ, ବେଶୁଧର ମଙ୍ଗରାଜ, କବିନ୍ଦ୍ର ପରିଡା ପ୍ରମୁଖ୍  ସାମିଲ ହୋଇଥିବାର ଦେଖାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts