Breaking News

ବାଲିପୋଖରୀ ଦୋଳ ମେଳଣ ଅନୁଷ୍ଠିତ

 ସାକ୍ଷୀଗୋପାଳ ----  ବାଲିପୋଖରୀ ମେଳଣ ପଡିଆରେ ୨୫ ଦୋଳ ଭାଗବତ ମେଳଣ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ନୂଆପାଟଣା ଗ୍ରାମର ଭାଗବତ ଗୋସାଁଇ ମେଳଣର ଥାନାପତି  ।  ମେଳଣ ପଡିଆରେ ସେ ପ୍ରଥମେ  ଖୁଣ୍ଠି ଲାଗି ହେବାପରେ  ଝଜାପଡା, ବାଲିପୋଖରୀ, ଘୁଷୁରିଖାଲ, ଆନନ୍ଦପୁର, କୁସୁମେଶ୍ୱର, ବନମାଳୀପୁର, ନୂଆପଡା, ସାତଶଙ୍ଖ ଦୁଇସାହି, ବଳପୁର ତିନି ସାହି, ସୁବଳପୁର, ଖଡିକୁଦା, ଛଣଘର, ନୂଆପାଟରା, ଦକ୍ଷିଣସାହି, ଦାସପାଟଣା ଆଦି ଗ୍ରାମର ଭାଗବତ ଠାକୁରଙ୍କ ଦୋଳ ଏହି ମେଳଣରେ ଭାଗ ନେଇଥିଲେ  ।  ଗୋଟିଏ ଯାଗାରେ ଏକାଠି ୨୫ଟି ଭାଗବତ  ଠାକୁରଙ୍କୁ ଦର୍ଶନ ମିଳୁଥିବାରୁ ଏଡାରେ ଶ୍ରଦ୍ଧାଳୁ ମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲା  । ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ କରିବା ସହ ଖଇ, କୋରା, କଦଳୀ, ଆଦି ଭୋଗରାଗ କରିଥିଲେ  । ମେଳଣରେ  ଅପେରା,ଆଖେଡା, ଗୋଟିପୁଅ, ମୁଦୁଗର ଖେଳ, ଘୋଡାନାଚ, ଆସତବାଜି ପଦର୍ଶନ କରାଯାଇଥିଲା  । ମେଳଣ ପଡିଆର କେନ୍ଦ୍ର ସ୍ଥଳରେ ପ୍ରାୟ ୩୦ ଫୁଟ ଉଚ୍ଚତାର ଏକ ବାଉଁଶ ଦଣ୍ଡରେ ସୁସଜିତ ତଗା ବନ୍ଧାଯାଇଥିଲା  । ଗ୍ରାମବାସୀଙ୍କ ସହଯୋଗରେ ଦୁଇଦିନ ଧରି ମେଳଣ  ଅନୁଷ୍ଠିତ ହୋଇଆସୁଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts