ନିଖୋଜ ବ୍ୟକ୍ତିଙ୍କର ଶବ ଉଦ୍ଦାର
ପିପିଲି--- ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ପାଣ୍ଡି ଅଧୀନସ୍ଥ ପୋଡଙ୍ଗ ଗ୍ରାମର ରବିନ୍ଦ୍ର ସେଠୀଙ୍କ ଗଳିତ ଶବ ପୋଲିସ ଜବତ କରି ବ୍ୟବଛେଦ ନିମନ୍ତେ ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପୋଡଙ୍ଗ ଗ୍ରାମର ରବିନ୍ଦ୍ର ୧୬ ତାରିଖ ରାତିରୁ ନିଖୋଜ ରହିଥିବା ତାଙ୍କ ସ୍ତୀ ଅଞ୍ଜନା ସେଠୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପିପିଲି ଥାନା ପକ୍ଷରୁ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲେ । ବୁଧବାର ସକାଳେ ପୋଡଙ୍ଗ ଗ୍ରାମର ଗହିର ମଧ୍ୟରେ ଥିବା ଦଳପୂର୍ଣ୍ଣ ଗହିର ପୋଖରୀ ରୁ ରବିନ୍ଦ୍ରଙ୍କ ଶବ ପୋଲିସ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି ।ସୁଚନା ଥାଉକି ରବିନ୍ଦ୍ରକୁ ହତ୍ୟା କରିଥିବା ସନ୍ଦେହ କରି ରାମ ବେହେରା, ରାଜୀବ ବେହେରା ଓ ଭଜିଆ ବେହେରାଙ୍କ ନାମରେ ରବିନ୍ଦ୍ରଙ୍କ ସ୍ତୀ ତାଙ୍କ ଅଭିଯୋଗରେ ଉଲ୍ଳେଖ କରିଥିଲେ । ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କୁ ୧୮ ତାରିଖରୁ ଥାନାକୁ ଆଣି ପଚରା ପଚରି କରିଥିଲେ । ଶେଷରେ ଅଭିଯୁକ୍ତ ମାନେ ରବିନ୍ଦ୍ର ତାଙ୍କର ଏକ ଛେଳି ଚୋରି କରିଥିଲା । ସାତଶଙ୍ଖ ଫାଣ୍ଡିରେ ଅଭିଯୋଗ କରିଥିଲେ ମାତ୍ର ରବିନ୍ଦ୍ରଙ୍କ ନାମରେ ସେପରି କୌଣସି ପ୍ରମାଣ ନ ମିଳିବାରୁ ପୋଲିସ ତାଙ୍କୁ ଛାଡି ଦେଇଥିଲା । ଏହି ରାଗରେ ଉକ୍ତ ପରିବାରର ଅଭିଯୁକ୍ତ ମାନେ ରବିନ୍ଦ୍ରଙ୍କୁ ଗଳାଚିପି ହତ୍ୟା କରିବା ପରେ ଦଳପୂର୍ଣ୍ଣ ପୋଖରୀ ମଧ୍ୟକୁ ପିଙ୍ଗି ଦେଇଥିବା କହିଥିଲେ । ଏହି ଘଟଣାରେ ସମ୍ପୁକ୍ତିଥିବା କିଶୋର ଛୋଟରାୟଙ୍କୁ ପିପିଲି ପୋଲିସ ଥାନାରେ ଅଟକ ରଖିଛି । ଗୁରୁବାର ଦିନ ଏମାନଙ୍କୁ କୋର୍ଟକୁ ପଠାଯିବ ବୋଲି ଏସଡିପିଓ ଶ୍ରୀ ବରାଳଙ୍କ ଠାରୁ ସୂଚନା ମିଳିଛି ।
ପିପିଲିରୁ ବିଜୟ ମହାପାତ୍ର
ପିପିଲିରୁ ବିଜୟ ମହାପାତ୍ର